ଧର୍ମେନ୍ଦ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଧର୍ମେନ୍ଦ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଧର୍ମେନ୍ଦ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ନୂଆଦିଲ୍ଲୀ: ରାଷ୍ଟ୍ରପତି ଅଭିଭାଷଣ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରିଛନ୍ତି । ବିଗତ ଦେଢ଼ମାସ ମଧ୍ୟରେ ଧର୍ମେନ୍ଦ୍ରଙ୍କୁ ମୋଦିଙ୍କର ଏହା ଦ୍ୱିତୀୟ ପ୍ରଶଂସା । ଜାନୁଆରୀ ୨ ରେ ସମ୍ବଲପୁର ଠାରେ ଆଇଆଇଟି ସ୍ଥାୟୀ କ୍ୟାମ୍ପସ ଶିଳାନ୍ୟାସ ବେଳେ ଧର୍ମେନ୍ଦ୍ରଙ୍କୁ ଓଡ଼ିଶାର ରତ୍ନ କହି ସମ୍ବୋଧନ କରିଥିଲେ । ଆତ୍ମନିର୍ଭର ଭାରତର ଦିଗ କ’ଣ ରହିଛି ସେହି ବିଷୟରେ ରାଜ୍ୟସଭାରେ ସାଥୀ ଧର୍ମେନ୍ଦ୍ର ପ୍ରଧାନ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି ନିଜ ବକ୍ତବ୍ୟରେ କହିଥିଲେ । ରାଷ୍ଟ୍ରପତି ଅଭିଭାଷଣ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଦ୍ୱିତୀୟ ଦିନରେ ବିଜେପି ତରଫରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଭାବଶାଳୀ ଉପସ୍ଥାପନା ସମସ୍ତଙ୍କୁ ଚକିତ କରିଥିଲା । କୃଷକଙ୍କୁ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପ୍ରସଙ୍ଗରେ ୟୁପିଏ ସରକାରଙ୍କ ଠାରୁ ଏନଡିଏ ସରକାର କିପରି ବହୁ ଆଗରେ ରହିଛି ସେ ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରି ବିରୋଧୀଙ୍କ ଅପପ୍ରଚାରକୁ ଟାର୍ଗେଟ କରିଥିଲେ । ପୂର୍ବ ଭାରତର ବିକାଶ ଅଥବା ଆତ୍ମନିର୍ଭର ଭାରତ ସବୁ ପ୍ରସଙ୍ଗରେ ମୋଦି ସରକାରଙ୍କ ସଫଳତାକୁ ପ୍ରଭାବଶାଳୀ ଢ଼ଙ୍ଗରେ ରଖିଥିଲେ ।