ଧାର ଟଙ୍କା ନସୁଝିବାରୁ ଦାଦା ଶ୍ୱଶୁର ଆଖି ତାଡିଦେଲେ

ଧାର ଟଙ୍କା ନସୁଝିବାରୁ ଦାଦା ଶ୍ୱଶୁର ଆଖି ତାଡିଦେଲେ

ଧାର ଟଙ୍କା ନସୁଝିବାରୁ ଦାଦା ଶ୍ୱଶୁର ଆଖି ତାଡିଦେଲେ
ନୟାଗଡ: କରଜ ଟଙ୍କା ନସୁଝିବାରୁ ଆଖି ତାଡି ଦେଲେ ଦାଦା ଶ୍ୱଶୁର । ଅଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ ସଦର ଥାନା ଅନ୍ତର୍ଗତ ସଜନପଡା ଗ୍ରାମରେ । ଲୋକ ଲଗାଇ ଦାଦା ଶ୍ୱଶୁର ଜ୍ୱାଇଁଙ୍କ ଉପରେ ଆକ୍ରମଣ କରାଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ନୟାଗଡ଼ ସଦରଥାନା ଅନ୍ତର୍ଗତ ସଜାନାପଡ଼ା ଗାଁର ରାଘବ ରାଉତରାୟଙ୍କ ପୁଅ ପ୍ରମୋଦ ରାଉତରାୟ ଷଠିଆପଲ୍ଲୀ ଗ୍ରାମରେ ବିବାହ କରିଥିଲେ । ପ୍ରମୋଦ ଅସୁବିଧା ସମୟରେ ନିଜ ଦାଦା ଶଶୁରଙ୍କଠାରୁ ୨୦ ହଜାର ଟଙ୍କା ଧାର ଆଣିଥିଲେ । ଏହାକୁ ସୁଧ ସହିତ ଫେରାଇବା ପାଇଁ କଥା ଦେଇଥିଲେ ମଧ୍ୟ ସଠିକ ସମୟରେ ଫେରାଇନଥିଲେ। କିଛି ମୂଳ, ସୁଧ ଶୁଝିଥିବା ବେଳେ କିଛି ବାକି ଥିଲା । ଏଥିରେ ପ୍ରତିଶୋଧ ପରାୟଣ ହୋଇଥିବା ପ୍ରମୋଦଙ୍କ ଦାଦା ଶ୍ୱଶୁର ଓ ତାଙ୍କ ପୁଅ ଯୋଜନା କରିଥିଲେ। ଏହାପରେ ଦାଦା ଶ୍ୱଶୁରଙ୍କ ପୁଅ ପ୍ରମୋଦଙ୍କୁ ଷଠିଆପଲ୍ଲୀ ଗ୍ରାମକୁ ଡାକି ନେଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ବାକି ଟଙ୍କାକୁ ନେଇ ବଚସା ହୋଇଥିଲା । ଉତ୍ତ୍ୟକ୍ତ ହୋଇ ପ୍ରମୋଦଙ୍କ ଦାଦା ଶ୍ୱଶୁର ଓ ତାଙ୍କ ପୁଅ କିଛି ବ୍ୟକ୍ତିଙ୍କୁ ଲଗାଇ ତାଙ୍କ ଆଖି ତାଡ଼ି ନେଇଥିଲେ।