ନିରଞ୍ଜନଙ୍କ ମନ୍ତବ୍ୟର ପ୍ରତିକ୍ରିୟା ଦେଇ ପୃଥ୍ୱୀରାଜ କହିଲେ ‘ବ୍ଲୁ ପ୍ରିଂଟ ଦେବା ରାଜ୍ୟର କାମ’

ନିରଞ୍ଜନଙ୍କ ମନ୍ତବ୍ୟର ପ୍ରତିକ୍ରିୟା ଦେଇ ପୃଥ୍ୱୀରାଜ କହିଲେ ‘ବ୍ଲୁ ପ୍ରିଂଟ ଦେବା ରାଜ୍ୟର କାମ’

ନିରଞ୍ଜନଙ୍କ ମନ୍ତବ୍ୟର ପ୍ରତିକ୍ରିୟା ଦେଇ ପୃଥ୍ୱୀରାଜ କହିଲେ ‘ବ୍ଲୁ ପ୍ରିଂଟ ଦେବା ରାଜ୍ୟର କାମ’
ବିପର୍ଯ୍ୟୟର ସ୍ଥାୟୀ ପ୍ରତିକାର ପାଇଁ ବ୍ଲୁ ପ୍ରିଣ୍ଟଦେବା ରାଜ୍ୟର କର୍ତ୍ତବ୍ୟ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ବିପର୍ଯ୍ୟୟର ସ୍ଥାୟୀ ପ୍ରତିକାର ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମନ୍ତବ୍ୟରେ ନିଜର ପ୍ରତିକ୍ରିୟା ଦେଇ ଶ୍ରୀ ହରିଚନ୍ଦନ ଏହା କହିଛନ୍ତି । ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ବିପର୍ଯ୍ୟୟର ସ୍ଥାୟୀ ପ୍ରତିକାର ପାଇଁ ବ୍ଲୁ ପ୍ରିଣ୍ଟଦେବା ରାଜ୍ୟ ସରକାରଙ୍କ କାମ । ଏନେଇ ଗତ ବର୍ଷ ମେ ରେ ଆସିଥିବା ବାତ୍ୟା ‘ଫୋନି’ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ତେବେ ରାଜ୍ୟ ସରକାରଙ୍କ ଏକ ବଡ଼ ଦୁର୍ଗଣ ହେଉଛି ବାତ୍ୟା ପୂର୍ବରୁ ସକ୍ରିୟତା, ବାତ୍ୟା ପରେ ନାହିଁ । ତେବେ ଗତକାଲି ପ୍ରଧାନମନ୍ତ୍ରୀ ଦେଇଥିବା ଉପଦେଶକୁ ରାଜ୍ୟ କାମରେ ଲଗାଇବେ ବୋଲି ଆଶା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଅନ୍ୟପକ୍ଷରେ ଫୋନି କ୍ଷତିପୂରଣ ଯୋଗ୍ୟ ବଦଳରେ ଅଯୋଗ୍ୟ ପାଇଲେ । ରାଜ୍ୟ ସରକାର ଦୀର୍ଘ ସୂତ୍ରୀ ଖସଡ଼ା ପ୍ରସ୍ତୁତ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ପ୍ରକାଶ ଯେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓଡ଼ିଶାକୁ ୫୦୦ କୋଟି ଅମ୍ପନ ସହାୟତା ରାଶି ଉପରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ, କ୍ଷୟକ୍ଷତି ନେଇ ଓଡ଼ିଶା କେନ୍ଦ୍ର ସରକାରଙ୍କ ପାଖରୁ ଚାହୁଁଥିଲା କ’ଣ ଓ ସେ ଦେଲେ କ’ଣ । ଯେତିକି ଦେଲେ ସେଥିରେ ବୋଧେ ଓଡ଼ିଶା ସନ୍ତୁଷ୍ଟ । ଅଦ୍ୟାବଧି ଖୋର୍ଦ୍ଧା, ପୁରୀ ପରି ଅନେକ ସ୍ଥାନରେ ଫୋନି ଟଙ୍କା ଲୋକେ ପାଇନାହାନ୍ତି । ସରକାର ପ୍ରଚାର କଲେ, କ୍ଷତିଗ୍ରସ୍ତ ସବୁ ଲୋକଙ୍କୁ ପକ୍କା ଘର ଦେଲେ । ତେବେ କଚ୍ଚା ଘରବାଲାଙ୍କୁ ନଦେଇ ପକ୍କା ଘରବାଲାଙ୍କୁ ଦେଲେ କି ବୋଲି ନିରଞ୍ଜନ ପ୍ରଶ୍ନ କରିଥିଲେ । ଅନ୍ୟପକ୍ଷରେ ବିପର୍ଯ୍ୟୟର ସ୍ଥାୟୀ ସମାଧାନ ପାଇଁ ମୋଦୀ ବ୍ଲୁ ପ୍ରିଣ୍ଟ କରିବାକୁ କହିଥିଲେ । ଏଣେ କେନ୍ଦ୍ର ସରକାର ସ୍ଥାୟୀ ସମାଧାନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଥିବା ନିରଞ୍ଜନ କହିଥିଲେ । ତେବେ ପ୍ରକୃତରେ କିଏ କରିବ ବୋଲି ନିରଞ୍ଜନ ପ୍ରଶ୍ନ କରିଥିଲେ ।