ବାହାରିବ କରୋନା ଟୀକା ।

ବାହାରିବ କରୋନା ଟୀକା ।

ବାହାରିବ କରୋନା ଟୀକା ।
ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଭାରତ ସମତେ ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧.୩୫ ଲକ୍ଷରେ ପହଞ୍ଚିଛି । କେବଳ ଭାରତରେ ଏହାର ସଂଖ୍ୟା ୮୦ । ବିଶ୍ୱରେ ଏ ପର୍ଯ୍ୟନ୍ତ ୫ ହଜାର କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଲାଣି । ୧୦୦ ରୁ ଊର୍ଦ୍ଧ୍ୱ ଦେଶରେ କରୋନା ଭୂତାଣୁ ବ୍ୟାପିଲାଣି । ଏପରି ସ୍ଥିତିରେ ଇସ୍ରାଏଲରୁ ଏକ ଖୁସି ଖବର ଆସିଛି । ଦେଶର ୫୦ ଜଣ ବୈଜ୍ଞାନିକ କରୋନା ଟିକା ଉଦ୍ଭାବନ କରିବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧୀନରେ ‘ଇନଷ୍ଟିଚ୍ୟୁଟ ଅଫ ବାୟୋଲୋଜିକାଲ ରିସର୍ଚ୍ଚ’ର ବୈଜ୍ଞାନିକମାନେ ଦିନରାତି ଏହି କାର୍ଯ୍ୟରେ ଲାଗିଛନ୍ତି । ତେବେ ଏହି ଟିକାକୁ ବିଭିନ୍ନ ସ୍ତରରେ ପରୀକ୍ଷା କରାଯିବ । ତେଣୁ ବିଭିନ୍ନ ଦେଶରେ ଏହା ଉପଲବ୍ଧ ହେବା ବେଳକୁ ୩ ରୁ ୪ ମାସ ଲାଗିଯାଇପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି ।