ବିଧାନସଭାରେ ବୈଷ୍ଣବ ଝଡ଼

ବିଧାନସଭାରେ ବୈଷ୍ଣବ ଝଡ଼

ବିଧାନସଭାରେ ବୈଷ୍ଣବ ଝଡ଼
ଭୁବନେଶ୍ୱର: ବୁଧବାର ଷୋଡ଼ଶ ବିଧାନସଭାର ଦ୍ୱିତୀୟ ଦିନ । ତେବେ ଆଜି ବିଜେପିର ମୁଲତବି ପ୍ରସ୍ତାବ ଆଲୋଚନାବେଳେ କଂଗ୍ରେସ ସଦସ୍ୟମାନେ ହଙ୍ଗାମା କରିଛନ୍ତି । ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ କଂଗ୍ରେସ ସଦସ୍ୟମାନେ ହଙ୍ଗାମା କରିଛନ୍ତି । କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢି ହୋହଲ୍ଲା କରିଛନ୍ତି । ବିଜେପି-ବିଜେଡି ଭିତିରି ସମ୍ପର୍କ ଥିବା କହି କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି । ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ନେଇ ଗୃହରେ କଂଗ୍ରେସ ପକ୍ଷରୁ ହୋହଲ୍ଲା କରାଯାଇଛି । ତେବେ ଏହାକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ୫ ମିନିଟ ପାଇଁ ମୁଲତବୀ କରି ବୈଠକ ଡାକିଥିବା ଜଣାଯାଇଛି । ପୂର୍ବରୁ ଶୂନକାଳରେ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଖୁବ ବର୍ଷିଥିଲେ । ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ନେଇ ଶ୍ରୀ ମିଶ୍ର ବର୍ଷିବା ସହ କହିଥିଲେ ଯେ, ଇଚ୍ଛାଧୀନ କୋଟା କେଳେଙ୍କାରୀରେ ଅଶ୍ୱିନୀଙ୍କ ନାଁ ଅଛି । ତାରା ଦତ୍ତ କମିଟି ରିପୋର୍ଟରେ ସ୍ପଷ୍ଟଭାବେ ଅଶ୍ୱିନୀଙ୍କ ନାଁ ଉଲ୍ଲେଖ ରହିଛି । ଖଣି ମାଫିଆଙ୍କ ସହ ବି ଅଶ୍ୱିନୀଙ୍କ ସମ୍ପର୍କ ଅଛି । କେଉଁ ପରିସ୍ଥିତିରେ ବିଜେଡି ତାଙ୍କୁ ସମର୍ଥନ କଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହାର ବିବୃତ୍ତି ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ । ଏପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ବିବୃତ୍ତି ଦେବାକୁ ବାଚସ୍ପତି ନିଦେ୍ର୍ଧଶ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ ।