ବି୍ରଟେନ ଉପରେ ଭାରତର ନଜର
ବି୍ରଟେନ ଉପରେ ଭାରତର ନଜର
admin
Dec 12, 2020 - 11:31
Updated: Dec 12, 2020 - 11:31
ନୂଆଦିଲ୍ଲୀ:କରୋନା କବଳଳରୁ ମୁକୁଳିବା ପାଇଁ ଭାରତରେ ବିଭିନ୍ନ କମ୍ପାନୀର ଟିକା ବିକଶିତ କରାଯାଉଥିଲେ ମଧ୍ୟ ଦେଶର ନଜର କୋଭିସିଲ୍ଡ ଉପରେ ରହିିଛି । ଭାରତ ସ୍ଥିତ ବିଶ୍ୱର ସର୍ବବୃହତ ଟିକା ଉପôାଦନକାରୀ କମ୍ପାନୀ ସେରମ ଇନଷ୍ଟିଚୁ୍ୟଟ (ଏସଆଇଆଇ) ରେ ଅକ୍ସଫୋର୍ଡ ୟୁନିଭରସିଟି୨ ଓ ଆଷ୍ଟ୍ରୋଜେନେକା ଦ୍ୱାରା ପ୍ରସ୍ତୁତ ଏହି ଟିକାର ବୃହତ ଭାଗ ଉପôାଦନ ହେଉଛି । କୋଭିସିଲ୍ଡର ଜରୁରୀକାଳୀନ ବ୍ୟବହାର ପାଇଁ ଏସଆଇଆଇ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) କୁ ଅନୁମତି ମାଗିଥିଲେ ମଧ୍ୟ ଡିସିଜିଆଇ ଏବେ ବି୍ରଟେନର ଅପେକ୍ଷାରେ ରହିଥିବା ଜଣାପଡ଼ିଛି । ବି୍ରଟେନର ଡ୍ରଗ୍ ରେଗୁଲେଟର (ଏମଏଚଆରଏ) ଏହି ଟିକାର ବ୍ୟବହାର ପାଇଁ ଅନୁମତି ଦେଇ ସାରିବା ପରେ ଭାରତରେ ଏହାକୁ ଅନୁମତି ମିଳିବ । ତେବେ ଡିସେମ୍ବର ୨୫ ତଥା ବଡ଼ଦିନ ସୁଦ୍ଧା ଉଭୟ ବି୍ରଟେନ ଓ ଭାରତରେ କୋଭିସିଲ୍ଡର ଟିକାକରଣ ପାଇଁ ଅନୁମତି ମିଳିସାରିଥିବ ବୋଲି ବି୍ରଟେନ ଡ୍ରଗ ରେଗୁଲେଟର ଅଧିକାରୀ ଆକଳନ କରିଛନ୍ତି । କୋଭିସିଲ୍ଡ ଭାରତରେ ଅନୁମତି ଦେବା ପାଇଁ ଡିଜିସିଆଇଙ୍କ ନିକଟରେ ଦାଖଲ ହୋଇଥିବା ରିପୋର୍ଟ ବି୍ରଟେନ ଓ ବ୍ରାଜିଲରେ ହୋଇଥିବା ଟିକା ପରୀକ୍ଷଣ ଉପରେ ଆଧାରିତ ।