ବଢ଼ୁଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା
ବଢ଼ୁଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର: ଦକ୍ଷିଣ ଅଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା କାରାନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତାରେ ସମଗ୍ର ବିଶ୍ବ। ସମସ୍ତ କଟକଣାକୁ ଭେଦ କରି ଓମିକ୍ରନ ବିଭିନ୍ନ ଦେଶରେ ପଶି ତାର କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ଦିନକୁ ଦିନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ଆଜି କର୍ଣ୍ଣାଟକରୁ ୫ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏବେ ଦେଶରେ ମୋଟ୍ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୫୮ରେ ପହଂଚିଛି । ମହାରାଷ୍ଟ୍ରରେ ଗତକାଲି ଆଉ ୬ଟି ନୂଆ ମାମଲା ଚିହ୍ନଟ ହୋଇଥିଲା । ଏହା ପରେ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୪କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦିଲ୍ଲୀରେ ୨୨ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଥିବା ବେଳେ ଗୁଜରାଟରୁ ୧୩, କେରଳରୁ ୧୧, ତେଲେଙ୍ଗାନାରୁ ୨୧ ମାମଲା ସାମ୍ନାକୁ ଆସିଛି ।
ହୁ ହୁ ହୋଇ ଓମିକ୍ରନ ମାଡି ଚାଲିଥିବାରୁ କେନ୍ଦ୍ର ସରକାର ନୂଆ ନିଦେ୍ର୍ଧଶାନାମା ଜାରି କରିଛନ୍ତି ।




admin 