ମଦ ବିକ୍ରି କରି କ’ଣ ରାଜ୍ୟ ଚଳା ଯିବ: ସୁର

ମଦ ବିକ୍ରି କରି କ’ଣ ରାଜ୍ୟ ଚଳା ଯିବ: ସୁର

ମଦ ବିକ୍ରି କରି କ’ଣ ରାଜ୍ୟ ଚଳା ଯିବ: ସୁର
ଭୁବନେଶ୍ୱର: ରାଜ୍ୟରେ ଅଧିକ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ସୁର ରାଉତରାୟ ବିରୋଧ କରିଛନ୍ତି। ମଦ ଦୋକାନ ଖୋଲିବା ସହ ବିଭିନ୍ନ ମେଳା ମହୋତ୍ସବରେ ମଦ ବିକ୍ରି ପାଇଁ ଅସ୍ଥାୟୀ ଲାଇସେନ୍ସ ଦେବାକୁ ବି ଅବକାରୀ ବିଭାଗ, ଜିଲ୍ଲାପାଳମାନଙ୍କୁ ଚିଠି ଲେଖିବାପରେ ଏହାକୁ ଜୋରାଦାର ବିରୋଧ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ସେ କହିଛନ୍ତି, ‘ବେକାର ଯୁବକମାନେ ମଦ ପିଇକି ପ୍ରତ୍ୟେକ ଦିନ ଚୋରି, ଧର୍ଷଣ ଓ ହତ୍ୟା କରୁଛନ୍ତି।’ ମଦ ଦୋକାନ ଖୋଲି ରାଜସ୍ୱ ବଢାଇବା ଉଦ୍ୟମକୁ ସୁର ଅଲାଜୁକ ବୋଲି କହିଛନ୍ତି। ମଦ ବିକ୍ରି କରି କ’ଣ ରାଜ୍ୟ ଚଳା ଯିବକି ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି। ତେବେ ସରକାରଙ୍କ ନିଷ୍ପତ୍ତିକୁ ବିଧାନସଭା ଭିତରେ ଓ ବାହାରେ ବିରୋଧ କରାଯିବ ସୁର କହିଛନ୍ତି।