ମନ୍ଦିର ଖୋଳିବା ଦାବିରେ ୯ ମିନିଟ୍ ପାଇଁ ବାଜିଲା ଘଣ୍ଟଘଣ୍ଟା

ମନ୍ଦିର ଖୋଳିବା ଦାବିରେ ୯ ମିନିଟ୍ ପାଇଁ ବାଜିଲା ଘଣ୍ଟଘଣ୍ଟା

ମନ୍ଦିର ଖୋଳିବା ଦାବିରେ ୯ ମିନିଟ୍ ପାଇଁ ବାଜିଲା ଘଣ୍ଟଘଣ୍ଟା
ଭୁବନେଶ୍ୱର : ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ଦାବିରେ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଘଣ୍ଟଘଣ୍ଟା ବଜାଯାଇଛି । ଭୁବନେଶ୍ୱର, ରାଉରକେଲା ଓ ବାରିପଦାରେ ସକାଳ ୯ଟାରେ ୯ ମିନିଟ୍ ପାଇଁ କରୋନା କଟକଣା ଭିତରେ ଏହା କରାଯାଇଛି । ପ୍ରତ୍ୟେହ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କୁ ବଞ୍ଚିତ ନକରିବାକୁ ନିବେଦନ କରାଯାଇଛି । ପୁରୀ ଶ୍ରୀମନ୍ଦିର ଖୋଲିବା ପାଇଁ ମଧ୍ୟ ସେବାୟତମାନେ ଦାବି କରିଛନ୍ତି । ସୂଚନା ଯୋଗ୍ୟ ଯେ, ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ବାରମ୍ବାର ସରକାରଙ୍କୁ ନିବେଦନ ଓ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ମଧ୍ୟ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତିକୁ ଝୁଲାଇ ରଖିବା ଦ୍ୱାରା ସେବାୟତମାନେ ଦୁର୍ଦ୍ଧିନରେ ସମୟ ବିତାଉଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଧଶ ମତେ ଜୁନ ୮ ତାରିଖରୁ ସାରା ଦେଶରେ ଧର୍ମାନୁଷ୍ଠାନ ଖୋଲାଯାଇଥିଲେ ହେଁ ରାଜ୍ୟରେ ଏ ପର୍ଯ୍ୟନ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ ରହିଛି । ଏନେଇ ସଂଘ ପକ୍ଷରୁ ସଦସ୍ୟମାନେ ଉଚ୍ଚ ନ୍ୟାୟାଳୟକୁ ଯାଇଥିଲେ । କଟକଣା ମଧ୍ୟରେ ମନ୍ଦିର ଖୋଲିବାକୁ ନ୍ୟାୟାଳୟ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଥିଲା । ଏ ନେଇ ଅଗଷ୍ଟ ୧୨ରେ ସଂଘର କର୍ମକର୍ତ୍ତା ଦେବୋତ୍ତର ଆୟୁକ୍ତଙ୍କୁ ବି ଭେଟିଥିଲେ । ଅଗଷ୍ଟ ୨୮ରେ ଆଇନମନ୍ତ୍ରୀ ଓ ଦେବୋତ୍ତର ଆୟୁକ୍ତଙ୍କୁ ସାକ୍ଷାତ କରି ୮ ଦଫା ଦାବି ପତ୍ର ଦେବା ସହ ମନ୍ଦିର ଖୋଲିବାକୁ ନିବେଦନ କରିଥିଲେ । ମାତ୍ର ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେଲେ ନାହିଁ ।