ରୁଷ ବିରୋଧୀ ଦଳ ନେତାଙ୍କୁ ବିଷ
ରୁଷ ବିରୋଧୀ ଦଳ ନେତାଙ୍କୁ ବିଷ
admin
Aug 21, 2020 - 08:54
Updated: Aug 21, 2020 - 08:54
ମସ୍କୋ: ରୁଷର ବିରୋଧୀ ଦଳ ନେତା ଆଲେକ୍ସି ନାଭାଲାନି ଚା’ରେ ବିଷ ଦିଆଯାଇଥିବା ଅଭିଯୋଗ ହୋଇଛି । ସେ ଗୁରୁତର ଅବସ୍ଥାରେ ଏବେ ଚିକିତ୍ସାଧୀନ ଅଛନ୍ତି । ସେ କୋମାକୁ ଚାଲିଯାଇଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ । ଆଲେକ୍ସି ନିଜ ବିମାନରେ ସାଇବେରିଆରୁ ମସ୍କୋ ଆସୁଥିବା ବେଳେ ବିମାନ ବନ୍ଦରରେ କାଗଜ କପରେ ଚା ପିଇଥିଲେ ଓ ଏହା ପରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ସାଇବେରିଆ ଓମସ୍କ ସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରରେ ବିଷର ପ୍ରତିକ୍ରିୟା ଲକ୍ଷ୍ୟ କରାଯାଇଥିଲା ବୋଲି ଆଲେସ୍କିଙ୍କ ମୁଖପାତ୍ର କିରା ୟାରମିସ କହିଛନ୍ତି । ବିଶିଷ୍ଟ ଆଇନଜୀବୀ ୪୪ ବର୍ଷୀୟ ଆଲେକ୍ସି ରାଷ୍ଟ୍ରପତି ବ୍ଲାଦିମିର ପୁତିନଙ୍କର କଟୁ ସମାଲୋଚକ ଭାବେ ପରିଚିତ । ତାଙ୍କ ଉପରେ ପୂର୍ବରୁ ବହୁବାର ପ୍ରାଣଘାତୀ ଆକ୍ରମଣ ହୋଇଥିଲେ ମଧ୍ୟ ସେ ବର୍ତ୍ତି ଯାଇଥିଲେ । ପୂର୍ବରୁ ପୁତିନଙ୍କ ଏକାଧିକ ସମାଲୋଚକ ତଥା ବିରୋଧୀ ଦଳ ନେତାଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଚି । ଏ ନେଇ ଆନ୍ତର୍ଜାତିକ ମହଲରେ ମଧ୍ୟ ପ୍ରତିକି୍ରୟା ପ୍ରକାଶ ପାଇଛି ।