ସରକାରୀ ଦପ୍ତରରେ ପ୍ଲାଷ୍ଟିକ ନିଷେଧ
ସରକାରୀ ଦପ୍ତରରେ ପ୍ଲାଷ୍ଟିକ ନିଷେଧ
admin
Sep 25, 2019 - 07:06
Updated: Sep 25, 2019 - 07:06
ଭୁବନେଶ୍ୱର : ସରକାରୀ ଦପ୍ତରରେ ଏଣିକି ପ୍ଲାଷ୍ଟିକ ବ୍ୟବହାର ହୋଇପାରିବ ନାହିଁ । ରାଜ୍ୟ ସରକାର ଆଜି ଏଭଳି ନିଷ୍ପତ୍ତି ନେବା ସହିତ ତକ୍ରାଳ ଏହାକୁ କାର୍ଯ୍ୟକାରୀ କରିବାକୁ କହିଛନ୍ତି ।
ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କ ଦସ୍ତଖତରେ ଜାରି ଏହି ନିଦେ୍ର୍ଧଶନାମାରେ କୁହାଯାଇଛି ଯେ ଏବେ ରାଜ୍ୟର କୌଣସି ବି ସରକାରୀ କାର୍ଯ୍ୟାଳୟରେ ପ୍ଲାଷ୍ଟିକ ପାଣି ବୋତଲ, ପ୍ଲାଷ୍ଟିକ କପ୍ ଆଦି ବ୍ୟବହାର ହୋଇପାରିବ ନାହିଁ । ବିଭିନ୍ନ ବୈଠକମାନଙ୍କରେ ଏହାର ବହୁଳ ବ୍ୟବହାର ହେଉଥିଲା । ଏହା ଉପରେ ମଧ୍ୟ ନିଷେଧାଜ୍ଞା ଜାରି ହୋଇଛି । ଗୃହ ବିଭାଗ କହିଛି ଯେ ସରକାରଙ୍କ ବିଭିନ୍ନ ବିଭାଗରେ ଶୁଦ୍ଧ ପାନୀୟ ଜଳ ବ୍ୟବହାର ପାଇଁ ବ୍ୟବସ୍ଥା ହୋଇଛି । ୱାଟର ପିଉରିଫାଏର ଆଦି ଲଗାଯାଇଛି । ଏଣୁ କର୍ମଚାରୀମାନେ ଷ୍ଟେନଲେସ ଷ୍ଟିଲ କିମ୍ବା କାଚ ବୋତଲରେ ଏଠାରୁ ପାଣି ସଂଗ୍ରହ କରିପାରିବେ । ସରକାରୀ ବୈଠକମାନଙ୍କରେ ମଧ୍ୟ କାଚ ବୋତଲରେ ପାଣି ଓ କାଗଜ ପ୍ଲେଟରେ ଖାଦ୍ୟ ଦେବାକୁ ହେବ । ସେହିପରି ଦୈନନ୍ଦିନ କାର୍ଯ୍ୟ ହେଉ କିମ୍ବା ବୈଠକ କୌଣସି ଠାରେ ପ୍ଲାଷ୍ଟିକ ଫୋଲଡର ଅଥବା ଫ୍ଲେକ୍ସ ବ୍ୟାନର ବ୍ୟବହାର ହୋଇପାରିବ ନାହିଁ । ବିଭାଗମାନେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି ।