ସେୟାର ବଜାରକୁ ପ୍ରଭାବିତ କରିପାରେ ଆମେରିକା ନିର୍ବାଚନ ଫଳାଫଳ

ସେୟାର ବଜାରକୁ ପ୍ରଭାବିତ କରିପାରେ ଆମେରିକା ନିର୍ବାଚନ ଫଳାଫଳ

ସେୟାର ବଜାରକୁ ପ୍ରଭାବିତ କରିପାରେ ଆମେରିକା ନିର୍ବାଚନ ଫଳାଫଳ
ନୂଆଦିଲ୍ଲୀ: ଷ୍ଟକ ମାର୍କେଟ ବା ସେୟାର ବଜାରର ବଡ଼ ଶତ୍ରୁ ହେଉଛି ଅନିଶ୍ଚିତତା । ରାଜନୀତି ଠାରୁ ଆରମ୍ଭ କରି ଅର୍ଥନୀତିରେ ଯଦି କୌଣସି ପ୍ରକାର ଅନିଶ୍ଚିତତା ଦେଖାଦିଏ ତା ହେଲେ ନିବେଶକଙ୍କ ବ୍ୟବହାରରେ ହଠାତ ପରିବର୍ତ୍ତନ ଆସିଥାଏ । ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନ ପ୍ରାର୍ଥୀ ହୋଇଛନ୍ତି । ମଙ୍ଗଳବାର ସେଠାରେ ଭୋଟ ହୋଇସାରିଛି । ନିର୍ବାଚନରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ପ୍ରତିଯୋଗିତା ହେଉଛି । କିଏ ଜିତିବ ତାହା ଆକଳନ କରିବା କଷ୍ଟକର । ଆରବିସି କ୍ୟାପିଟାଲ ମାର୍କେଟସ ପକ୍ଷରୁ କରାଯାଇଥିବା ସର୍ଭେରେ ଭାଗ ନେଇଥିବା ୮୩ ପ୍ରତିଶତ ପୋର୍ଟଫୋଲିଓ ମ୍ୟାନେଜର କୁହନ୍ତି, ପ୍ରତିଯୋଗିତା ଯଦି ଜୋର ଦାର ରହେ ତା ହେଲେ ମାର୍କେଟ ବିୟରିସ ଅର୍ଥାତ ନିମ୍ନମୁଖୀ ହେବାର ଆଶଙ୍କା ଅଧିକ । କିନ୍ତୁ ମାତ୍ର ୨ ପ୍ରତିଶତ ମ୍ୟାନେଜର ମାର୍କେଟ ଉଦ୍ଧ୍ୱର୍ମୁଖୀ ରହିବ ବୋଲି ମତ ଦେଇଛନ୍ତି ।ନିର୍ବାଚନ ଫଳାଫଳ ଘୋଷଣା ଯଦି ବିଳମ୍ବ ହୁଏ ଏବଂ ପ୍ରସଙ୍ଗ ଅଦାଲତକୁ ଯାଏ ତା ହେଲେ ଏହା ବଜାରକୁ ପ୍ରଭାବିତ କରିବା ସହ ସିଟି ଗ୍ରୁପର ଚିପ ମାର୍କେଟ ଷ୍ଟ୍ରାଟେଜିଷ୍ଟ ତୋବିୟାସ ଲେଭକୋଭିଚ କହିଛନ୍ତି ।