ହେମାମାଳିନୀଙ୍କ ଶେଷ ନିର୍ବାଚନ

ହେମାମାଳିନୀଙ୍କ ଶେଷ ନିର୍ବାଚନ

ହେମାମାଳିନୀଙ୍କ ଶେଷ ନିର୍ବାଚନ
ନୂଆଦିଲ୍ଲୀ: ମଥୁରାରୁ ବିଜେପି ସାଂସଦ ତଥା ଲୋକସଭା ପ୍ରାର୍ଥୀ ହେମାମାଳିନୀ ସୋମବାର ଦିନ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାଧିକାରୀଙ୍କ ନିକଟରେ ନାମାଙ୍କାନ ପତ୍ର ଦାଖଲ କରିଛନ୍ତି । ଏଥି ସହ ଏହା ତାଙ୍କର ଅନ୍ତିମ ଲଢ଼େଇ ବୋଲି ହେମା ଘୋଷଣା କରିଛନ୍ତି । ସେ କହିଛନ୍ତି, ମୁଁ ଶେଷଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛି । ଆସନ୍ତା ବର୍ଷ ମୁଁ ନିର୍ବାଚନ ନଲଢ଼ି ଯୁବନେତାଙ୍କୁ ସୁଯୋଗ ଦେବାକୁ ଚାହିଁବି । କିନ୍ତୁ ଏହାପରେ ମୁଁ ବି ବିଜେପି ସଂଗଠନ ପାଇଁ କାର୍ଯ୍ୟ କରିବି । ହେମା ଆହୁରୀ କହିଛନ୍ତି, ମଥୁରା ପାଇଁ ଅନେକ କାର୍ଯ୍ୟ କରିବି ବୋଲି ଲକ୍ଷ୍ୟ ରଖିଥିଲି । ଗତ ୫ବର୍ଷର କାର୍ଯ୍ୟକାଳ ମଧ୍ୟରେ ଅନେକ ଦାୟିତ୍ୱ ପୁରା କରିଛି । କିନ୍ତୁ ଆହୁରି କିଛି ବାକି ରହିଯାଇଛି । ମଥୁରା ବାସୀ ଚାହିଁଲେ ସେ ପୁଣି ୨୦୧୯ ନିର୍ବାଚନ ଜିତି ଲୋକସଭା ସାଂସଦ ହେବେ ଏବଂ ବାକି ସବୁ କାମ ସମ୍ପୂର୍ଣ୍ଣ କରିବେ । ମଥୁରା ବାସୀ ପୁଣି ମୋତେ ସୁଯୋଗ ଦେଲେ ଭବ୍ୟ ଏବଂ ଦିବ୍ୟ ମଥୁରାର ଆହୁରି ବିକାଶ କରିବି । ଉଲ୍ଲେଖଯୋଗ୍ୟ, ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ହେମାମାଳିନୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ବୃନ୍ଦାବନସ୍ଥିତ ବାଙ୍କେବିହାରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଇଶ୍ୱରଙ୍କ ଆର୍ଶୀବାଦ ନେବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ନାମାଙ୍କନ ପତ୍ର ଦାଖଲ କରିଥିଲେ ।