ଏଣିକି ଉମଙ୍ଗ ଆପସରେ ଲର୍ଣ୍ଣର ଲାଇସେନ୍ସ ପାଇଁ ଆବେଦନ କରାଯାଇପାରିବ
ଏଣିକି ଉମଙ୍ଗ ଆପସରେ ଲର୍ଣ୍ଣର ଲାଇସେନ୍ସ ପାଇଁ ଆବେଦନ କରାଯାଇପାରିବ
admin
Feb 10, 2021 - 12:59
Updated: Feb 10, 2021 - 12:59
ଭୁବନେଶ୍ୱର : ଏଣିକି ଉମଙ୍ଗ ଆପସରେ ଲର୍ଣ୍ଣର ଲାଇସେନ୍ସ ପାଇଁ ଆବେଦନ କରାଯାଇପାରିବ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଏଭଳି ବ୍ୟବସ୍ଥା କରିଛନ୍ତି । ଏହାଛଡ଼ା ରାଜ୍ୟ ସଡ଼କ କର୍ତୃପକ୍ଷଙ୍କ ଆଉ ୯ଟି ଅନଲାଇନ ସେବାର ବି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏଣିକି ଆରଟିଓଗୁଡ଼ିକ କାଗଜବିହୀନ ବା ପେପରଲେସ ହେବ । ୫ଟି କାର୍ଯ୍ୟକ୍ରମ ଅଧିନରେ ଏହିସବୁ ଅନଲାଇନ ସେବା ଆରମ୍ଭ ହୋଇଛି । ଯାନବାହାନ ପଞ୍ଜୀକରଣ, ସ୍ୱୟଂକ୍ରିୟ ଦ୍ରବ୍ୟ ପରିବହନ ଅନୁମତି, ବସକୁ ସ୍ୱତନ୍ତ୍ର ଅନୁମତି, ଇଂଟରନାସନାଲ ଡ୍ରାଇଭିଂ ଅନୁମତି ପାଇଁ ଅନଲାଇନ ଆବେଦନ, ପଞ୍ଜୀକରଣର ନବୀକରଣ ଓ ଯେକୌଣସି ଆରଟିଓରେ ଓନରସିପ ପରିବର୍ତନ ଓ ମୋବାଇଲ ଆପସ ମାଧ୍ୟମରେ ଲର୍ଣ୍ଣର ଲାଇସେନ୍ସର ବ୍ୟବସ୍ଥା କରାଯାଇଛି ।
ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଏଣିକି ଆଉ ପରିବହନ ଅଫିସ ଆଗରେ ଲମ୍ବା ଧାଡ଼ି ଲଗାଇବାକୁ ପଡ଼ିବ ନାହିଁ । ଅନଲାଇନ ପଦ୍ଧତିରେ ନାଗରିକ କୈନ୍ଦି୍ରକ ସେବା ପ୍ରଦାନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ସେହିପରି ଗାଡ଼ି ପଞ୍ଜୀକରଣ ପେପରଲେସ କରାଯାଇଛି ବୋଲି ସେ କହିଛନ୍ତି ।
ଏହି ଅବକାଶରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ୫ଟି ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ । ସେହିପରି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ଓ ପରିବହନ କମିଶନର ସଂଜୀବ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ ।