ଓପିଟିସିଏଲ ପକ୍ଷରୁ ୟୁନିଟ୍ ପିଛା ୮ ପଇସା ବୃଦ୍ଧି କରିବାକୁ ପ୍ରସ୍ତାବ

ଓପିଟିସିଏଲ ପକ୍ଷରୁ ୟୁନିଟ୍ ପିଛା ୮ ପଇସା ବୃଦ୍ଧି କରିବାକୁ ପ୍ରସ୍ତାବ

 ଓପିଟିସିଏଲ ପକ୍ଷରୁ ୟୁନିଟ୍ ପିଛା ୮ ପଇସା ବୃଦ୍ଧି କରିବାକୁ ପ୍ରସ୍ତାବ
ଭୁବନେଶ୍ୱର: ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପାଇଁ ଉତ୍ପାଦନକାରୀ ସଂସ୍ଥା ପକ୍ଷରୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ( ଓଆରସି)ରେ ଯୁକ୍ତି ଉପସ୍ଥାପନ କରାଯାଇଥିବା ବେଳେ ୪ ର୍ଥ ଦିନରେ ବିଦ୍ୟୁତ ସରବରାହ ସଂସ୍ଥା ଓପିଟିସିଏଲ ପକ୍ଷରୁ ୟୁନିଟ୍ ପିଛା ୮ ପଇସା ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । ସେହିପରି ଗତକାଲି ବିଦ୍ୟୁତ କିଣା ବିକା କରୁଥିବା ଗ୍ରିଡକୋ ପକ୍ଷରୁ ମଧ୍ୟ ବିଦ୍ୟୁତ ଶୁଳ୍କ ବୃଦ୍ଧି ଲାଗି ପ୍ରସ୍ତାବ ଦିଆଯାଇଛି । ଗ୍ରିଡକୋର ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରସ୍ତାବକୁ ଗତକାଲି ୧୨ ଜଣ ବିରୋଧ କରିଥିଲେ । ୨୦୨୦-୨୧ ଆର୍ଥିକ ବର୍ଷରେ ଗ୍ରିଡକୋ ବିଦ୍ୟୁତ ୟୁନିଟ ପିଛା ୩ ଟଙ୍କା ୦୩ ପଇସାରେ କ୍ରୟ କରି ୩ ଟଙ୍କା ୮୧ ପଇସାରେ ଆବଣ୍ଟନ ସଂସ୍ଥା ଗୁଡ଼ିକୁ ବିକ୍ରି କରିବାକୁ ଆୟୋଗଙ୍କ ନିକଟରେ ପ୍ରସ୍ତାବ ଦେଇଛି । ଗତ ଆର୍ଥିକ ବର୍ଷରେ ଗ୍ରିଡକୋ ୨ ଟଙ୍କା ୫୪ ପଇସାରେ କ୍ରୟ କରି ୨ ଟଙ୍କା ୭୦ ପଇସାରେ ବିକ୍ରି କରୁଛି । ଓପିଟିସିଏଲ ପକ୍ଷରୁ ଆସନ୍ତା ଆର୍ଥିକ ବର୍ଷରେ ୟୁନିଟ୍ ପିଛା ୩୩.୮୦ ପଇସା ସରବରାହ କରାଯିବା ଲାଗି ଆୟୋଗଙ୍କୁ ପ୍ରସ୍ତାବ ଦିଆଯାଇଛି । ଚଳିତ ଆର୍ଥିକ ବର୍ଷରେ ଓପିଟିସିଏଲ ୟୁନିଟ ପିଛା ୨୫ ପଇସାରେ ସରବରାହ କରୁଛି । ମରାମତି ଓ ସରବରାହ ଜନିତ କ୍ଷତି ବୃଦ୍ଧି ପାଉଥିବାରୁ ଦର ବୃଦ୍ଧି ପ୍ରସ୍ତାବ ଦିଆଯାଇଛି । ତେବେ ଏହାକୁ ଉପଭୋକ୍ତା ମହାସଂଘ ସମେତ ୧୦ ଜଣ ବିରୋଧ କରିଥଲେ । ଏସଏଲଡିସି ପକ୍ଷରୁ ୧୦ କୋଟି ଟଙ୍କାର ରାଜସ୍ୱ ଆବଶ୍ୟକତା ଥିବା ନେଇ ପ୍ରସ୍ତାବ ଦିଆଯାଇଛି ।