ମହାକାଶରେ ମହିଳା ରୋବର୍ଟ

ମହାକାଶରେ ମହିଳା ରୋବର୍ଟ

ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ପରେ ବର୍ତ୍ତମାନ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପରବର୍ତ୍ତି ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଚନ୍ଦ୍ରଯାନ-୩ ପରେ ଇସ୍ରୋ ପ୍ରଥମ ସୌର ମିଶନ ସ ଆଦିତ୍ୟ L-1 ଲଞ୍ଚ କରିଥିବା ବେଳେ ବର୍ତ୍ତମାନ ନଜର ଗଗନଯାନ ଉପରେ। ଏହି ମିଶନ ଜରିଆରେ ମାନବ ବିହୀନ ମହାକାଶଯାନକୁ ମହାକାଶକୁ ପଠାଯିବ। ରିହର୍ସଲ ଶେଷ ହେବା ପରେ ଇସ୍ରୋ ଭାରତୀୟ ଯାତ୍ରୀଙ୍କୁ ଚନ୍ଦ୍ରକୁ ପଠାଇବା ପାଇଁ ଲକ୍ଷ୍ୟ ରଖିଥିବା ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ ସୂଚନା କହିଛନ୍ତି। ଗଗନଯାନ ମିଶନ ପାଇଁ ଇସ୍ରୋ ଅନେକ ଦିନରୁ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଗଗନଯାନ ମିଶନରେ ମାନବ ପ୍ରେରଣ କରିବା ପୂର୍ବରୁ ଇସ୍ରୋ ମହାକାଶକୁ ମହିଳା ରୋବଟ ବ୍ୟୋମମିତ୍ର ପ୍ରେରଣ କରିବ । ଏନେଇ କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସୂଚନା ଦେଇଛନ୍ତି।