ଶ୍ରାବଣରେ ଏହି ରାଶିମାନଙ୍କ ଉପରେ ପ୍ରସନ୍ନ ରହିବେ ମହାଦେବ!

ଶ୍ରାବଣରେ ଏହି ରାଶିମାନଙ୍କ ଉପରେ ପ୍ରସନ୍ନ ରହିବେ ମହାଦେବ!

ଶ୍ରାବଣ ମାସରେ ମହାଦେବ ଶିବଙ୍କ ପୂଜା ବିଶେଷ ମହତ୍ତ୍ୱ ରହିଛି । ଶ୍ରାବଣ ମାସରେ ଭୋଳାନାଥଙ୍କ ଉପରେ ପାଣି ଢାଳିବା ପାଇଁ ଲକ୍ଷଲକ୍ଷ ଶ୍ରଦ୍ଧାଳୁ କାଉଡ଼ି ଯାତ୍ରା କରିଥାନ୍ତି । ଶିବମନ୍ତ୍ର ଜପ କରିବା ଦ୍ୱାରା ବିଭିନ୍ନ ରାଶି ଉପରେ ଥିବା ଖରାପ ଗ୍ରହର ପ୍ରଭାବ କମ୍ ହୋଇଥାଏ । ଚଳିତବର୍ଷ ଜୁଲାଇ ୨୨ ତାରିଖରୁ ଶ୍ରାବଣ ମାସ ଆରମ୍ଭ ହୋଇ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ରହିବ । ଶ୍ରାବଣ ମାସ ସୋମବାରରେ ବ୍ରତ ରଖିବା ଦ୍ୱାରା ଏବଂ ଶିବଲିଙ୍ଗରେ ଜଳାଭିଷେକ କରିବା ଦ୍ୱାରା ଭୋଳାନାଥ ପ୍ରସନ୍ନ ହୋଇଥାନ୍ତି । ଏହି ମାସ ମହାଦେବଙ୍କର ବେଶ୍ ପ୍ରିୟ । ତେଣୁ ଶ୍ରାବଣ ମାସରେ ଯେଉଁ ଭକ୍ତ ସଚ୍ଚା ମନରେ ଭୋଳାନାଥଙ୍କ ପୂଜା କରନ୍ତି, ଭଗବାନ ଶିବ ସେମାନଙ୍କ ମନୋସ୍କାମନା ପୂରଣ କରିଥାନ୍ତି ।

ମେଷ: ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶ୍ରାବଣ ମାସ ବେଶ୍ ଭାଗ୍ୟଶାଳୀ ବୋଲି କୁହାଯାଏ । ସମଗ୍ର ମାସରେ ଭଗବାନ ଶିବ ଏହି ବ୍ୟକ୍ତିମାନଙ୍କ ଉପରେ କୃପାବୃଷ୍ଟି କରିଥାନ୍ତି । ରାଶିର ବ୍ୟକ୍ତିମାନଙ୍କୁ ଧନଲାଭର ସୁବର୍ଣ୍ଣ ସୁଯୋଗ ପ୍ରାପ୍ତ ହେବା ସହ ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ମଧ୍ୟ ପୂରଣ ହେବାର ସମ୍ଭାବନା ରହିଛି । ଭାଗ୍ୟର ସାଥ୍ ମିଳିବ, ଯାହାଦ୍ୱାରା ଆପଣଙ୍କୁ ସଫଳତା ପ୍ରାପ୍ତି ହେବ ଏବଂ ରୋଜଗାରର ବିଭିନ୍ନ ଉପାୟ ମିଳିବ । କର୍ମଚାରୀମାନଙ୍କୁ ଭଲ ଚାକିରି ମିଳିପାରେ । ସମଗ୍ର ମାସରେ ବାଣିଜ୍ୟର ଭଲ ସୁଯୋଗ ମିଳିପାରେ ।

ସିଂହ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଚଳିତବର୍ଷର ଶ୍ରାବଣ ମାସ ଖୁବ ଭଲ ରହିବ । ଏହି ମାସରେ ଆପଣଙ୍କ ଜୀବନରେ ଖୁସି ଭରି ରହିବ । ବିଭିନ୍ନ କ୍ଷେତ୍ରରେ ଅଧିକ ଲାଭ ହେବାର ସମ୍ଭାବନା ରହିଛି । ନିଜ କ୍ୟାରିୟରରେ ସଫଳତାର ସୁଯୋଗ ପାଇବେ । ଏହି ମାସରେ ଭଗବାନ ଶିବଙ୍କର ବିଶେଷ କୃପା ପ୍ରାପ୍ତ ହେବ । ସୁଖ-ସମୃଦ୍ଧି ବୃଦ୍ଧି ହେବା ସହ ବାଣିଜ୍ୟରେ ବେଶ୍ ଲାଭ ହେବାର ମଧ୍ୟ ସୁଯୋଗ ମିଳିପାରେ ।

ଧନୁ: ଧନୁ ରାଶିର ଲୋକଙ୍କ ଶ୍ରାବଣ ମାସରେ ଅନେକ ଶୁଭ ଅବସର ମିଳିପାରିବ । ସମସ୍ତ କାର୍ଯ୍ୟରେ ନୂଆ ରାସ୍ତା ଏବଂ ସଫଳତା ମିଳିବ । ଏହାସହିତ ଅଟକି ରହିଥିବା ଟଙ୍କା ମଧ୍ୟ ଫେରି ପାଇପାରନ୍ତି । କର୍ମଚାରୀମାନଙ୍କ ପାଇଁ ଏହି ମାସ ବରଦାନ ସଦୃଶ ରହିବ । ଆୟ ପାଇଁ ନୂଆ ଉତ୍ସ ମିଳିପାରିବ ଏବଂ ଆର୍ତିକ ସ୍ଥିତି ମଜବୁତ ରହିବ ।

ମକର: ମକର ରାଶିର ଲୋକମାନେ ଶ୍ରାବଣ ମାସରେ ଅନେକ ପ୍ରକାରର ସୁଯୋଗ ପାଇବେ । ପ୍ରଭୁ ଭୋଳାନାଥଙ୍କ ବିଶେଷ ଅନୁଗ୍ରହ ସହିତ, ଆପଣଙ୍କର ବିଚାରାଧୀନ କାର୍ୟ୍ୟ ଏହି ମାସରେ ସମାପ୍ତ ହେବ । ଜମି ଏବଂ ସମ୍ପତ୍ତି ସମ୍ବନ୍ଧୀୟ ପ୍ରସଙ୍ଗରେ ସଫଳତା ପ୍ରାପ୍ତ ହେବ । ଭାଗ୍ୟ ସାଥ୍ ମିଳିବା ସହିତ ସବୁଠି ଶୁଭ ଫଳ ପ୍ରାପ୍ତ ହେବ । ଏହାବ୍ୟତୀତ ଟଙ୍କା ରୋଜଗାର ପାଇଁ ଅନେକ ସୁବର୍ଣ୍ଣ ସୁଯୋଗ ପାଇବ । ସ୍ୱାସ୍ଥ୍ୟ ଭଲ ରହିବ ଏବଂ ପରିବାରରେ ସୁଖ ଏବଂ ଶାନ୍ତି ମଧ୍ୟ ଫେରିପାରିବ ।

କୁମ୍ଭ: କୁମ୍ଭ ରାଶିର ଲୋକଙ୍କ ପାଇଁ ଶ୍ରାବଣ ଶିବରାତ୍ରୀ ଜୀବନରେ ଅନେକ ସଫଳତା ଆଣି ଆସିପାରେ । ପିତାଙ୍କ ସାହାଯ୍ୟରେ ସରକାର ଏବଂ ସରକାରୀ ଚାକିରି ସହ ଜଡିତ ଲୋକମାନେ ଭଲ ଖବର ପାଇପାରିବେ । ଶିକ୍ଷା ଏବଂ ପ୍ରତିଯୋଗିତା ସହିତ ଜଡିତ ଲୋକଙ୍କ ପାଇଁ ମଧ୍ୟ ଶ୍ରାବଣ ମାସ ଖୁସି ଖବର ଆଣିପାରେ । ଯେଉଁମାନେ ବର୍ତ୍ତମାନ ପର୍ୟ୍ୟନ୍ତ ନିଜ କ୍ଷେତ୍ରରେ ସଂଘର୍ଷ କରୁଥିଲେ, ସେମାନେ ବର୍ତ୍ତମାନ ଭଗବାନ ଶିବଙ୍କ ଅନୁଗ୍ରହରେ ବଡ଼ ସଫଳତା ହାସଲ କରିପାରନ୍ତି ।