କେଶକୁ ମୋଟା କରିବ ବେସନ

କେଶକୁ ମୋଟା କରିବ ବେସନ

 କେଶକୁ ମୋଟା କରିବ ବେସନ

ଭୁବନେଶ୍ୱର : ଘରୋଇ ଉପାୟରେ ଯେତେବେଳେ ତ୍ୱଚାର ଯତ୍ନ ନେବା କଥା ଆସେ, ସେତେବେଳେ ବେସନର ବ୍ୟବହାର ସବୁଠାରୁ ଅଧିକ ହୋଇଥାଏ । ଏହା ଚର୍ମ ପାଇଁ ଅତ୍ୟନ୍ତ ଭଲ ହୋଇଥାଏ। କେବଳ ତ୍ୱଚା ପାଇଁ ନୁହେଁ କେଶ ପାଇଁ ମଧ୍ୟ ବେସନ ଖୁବ ଭଲ ହୋଇଥାଏ। ଉତ୍ତମ କେଶ ପାଇଁ ଆମ ବିଭିନ୍ନ ପ୍ରକାରର ସାମଗ୍ରୀ ପ୍ରୟୋଗ କରିଥାଉ। ଏପରି କ୍ଷେତ୍ରରେ କେଶକୁ ଲମ୍ବା ଏବଂ ମୋଟା କରିବା ପାଇଁ ବେସନ ବହୁତ ଲାଭଦାୟକ ହୋଇଥାଏ। ତେବେ ଆଜି ଆସନ୍ତୁ ଜାଣିବା କେଶରେ ଏହା କିପରି ଲଗାଇବା ଦ୍ୱରା କେଶ ମଜବୁତ ରହିଥାଏ।

ବେସନରେ ହେୟାର ମାସ୍କ ତିଆରି କରିବା ପାଇଁ, ଆପଣଙ୍କୁ କେବଳ ସେହି ଜିନିଷଗୁଡ଼ିକ ଦରକାର, ଯାହା ପ୍ରାୟତଃ ଆପଣଙ୍କ ରୋଷେଇ ଘରେ ବ୍ୟବହୃତ ହୁଏ ।ଏହି ଜିନିଷଗୁଡ଼ିକ ହେଉଛି …

ବେସନ, ଅଣ୍ଡାର କେଶର, ଦହି, ବାଦାମ ତେଲ, ଭିଟାମିନ୍-ଇ ର ଗୋଟିଏ କ୍ୟାପସୁଲ୍

ଏହି ସବୁ ଜିନିଷକୁ ମିଶାଇ ଏକ ହେୟାର ମାସ୍କ ପ୍ରସ୍ତୁତ କରନ୍ତୁ। ଏବଂ ଏହି ମାସ୍କକୁ ଆପଣଙ୍କ କେଶରେ ୩୦ ରୁ ୩୫ ମିନିଟ୍ ପର୍ଯ୍ୟନ୍ତ ଲଗାନ୍ତୁ । ଏହା ପରେ କେଶକୁ ପାଣିରେ ଧୋଇ ସଫା କରନ୍ତୁ। ଯଦି ଆପଣଙ୍କୁ ସାମ୍ପୁ କରିବାକୁ ପଡିବ ତେବେ ସାମାନ୍ୟ ସାମ୍ପୁ ବ୍ୟବହାର କରନ୍ତୁ ।

ଏହା କେଶକୁ ପ୍ରୋଟିନ୍, ଆଇରନ୍ ଏବଂ କିଛି ପରିମାଣର କ୍ୟାଲସିୟମ୍ ମଧ୍ୟ ଯୋଗାଏ। ଏହାର ପୋଷକ ତତ୍ତ୍ୱ ଆପଣଙ୍କ କେଶକୁ ଶକ୍ତି ଦେଇଥାଏ। କେଶର ଉଜ୍ଜ୍ୱଳତା ବୃଦ୍ଧି କରେ।

ଆଇରନର ପୋଷଣ କେଶକୁ ଗ୍ରୋଥ କରାଇବାରେ ସାହାଯ୍ୟ କରେ ।

ବେସନରେ ଏପରି ପ୍ରାକୃତିକ ଗୁଣ ଅଛି, ଯାହା ଚର୍ମର ଗଭୀରତାକୁ ସଫା କରିବା ଭଳି କାମ କରେ। ତେଣୁ, ଆପଣଙ୍କ ତ୍ୱଚାରେ ଜମା ହୋଇଥିବା ମଇଳା, ମୃତ କୋଷକୁ ସଫା କରାଇଥାଏ। ଏହା ମଧ୍ୟ କେଶର ସ୍ୱାସ୍ଥ୍ୟରେ ଉନ୍ନତି ଆଣେ।

ଯଦି ଆପଣଙ୍କ କେଶରେ ତେଲ ଲଗାଇବାରେ ଅସୁବିଧା ଅଛି। ତେବେ ଆପଣଙ୍କୁ ଏହି ହେୟାର ମାସ୍କ ବ୍ୟବହାର କରିବାକୁ ପଡିବ ।ସପ୍ତାହରେ ଦୁଇଥର ଏହି ମାସ୍କ ଲଗାଇବାକୁ ଚେଷ୍ଟା କରନ୍ତୁ ।

ଯଦି ଆପଣଙ୍କର ବହୁତ ଶୁଖିଲା କେଶ ଅଛି, ତେବେ ଏହି ହେୟାର ମାସ୍କ ବ୍ୟବହାର କରିବା ପରେ, କେଶରେ ଅଲିଭ୍ ତେଲ, ନଡିଆ ତେଲ କିମ୍ବା ସୋରିଷ ତେଲ ବ୍ୟବହାର କରନ୍ତୁ।

କେଶର ମୂଳରେ ତେଲ ଲଗାଇବା ପରେ ଏହାକୁ ୩୦ ରୁ ୪୫ ମିନିଟରେ ସାମ୍ପୁ କରନ୍ତୁ। ଏହା କରିବା ଦ୍ୱାରା କେଶ ସୁସ୍ଥ ଏବଂ ମୋଟା ହୋଇଯାଏ।