ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ବିଧାନସଭା ଚାଲିଥିବାରୁ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିପାରେ ରାଜ୍ୟ କ୍ୟାବିନେଟ ।

ଲୋକସେବା ଭବନରେ ପୂର୍ବାହ୍ନ ୧୦ଟାରେ କ୍ୟାବିନେଟ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିସି ଯୋଗେ ବୈଠକରେ ଉପସ୍ଥିତ ରହି ଅଧ୍ୟକ୍ଷତା କରିବେ । ମନ୍ତ୍ରୀମାନେ ବିଧାନସଭା କାର୍ୟ୍ୟାଳୟ ଓ ଲୋକସେବା ଭବନରୁ ଉପସ୍ଥିତ ରହିବେ । ବିଧାନସଭା ଚାଲିଥିବା ବେଳେ କ୍ୟାବିନେଟ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ମୋହର ମାରିବା ନେଇ ଅନୁମାନ କରାଯାଉଛି ।