ପ୍ରାଣୀ ଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସରପ୍ରାଇଜ୍ ଭିଜିଟ

ପ୍ରାଣୀ ଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସରପ୍ରାଇଜ୍ ଭିଜିଟ

ପ୍ରାଣୀ ଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସରପ୍ରାଇଜ୍ ଭିଜିଟ । ପ୍ରଶିକ୍ଷଣ କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ । ପ୍ରାଣୀ ଚିକିତ୍ସକ, କର୍ମଚାରୀ ଏବଂ କୃଷକ ମାନଙ୍କୁ ଉନ୍ନତ ଜ୍ଞାନ କୌଶଳରେ ଟ୍ରେନିଂ ଦିଆଯିବାର ବ୍ୟବସ୍ଥା କରାଯାଉଛି । ଚଳିତ ବର୍ଷ 17 ହାଜର ପ୍ରାଣୀ ଚିକିତ୍ସକ ଏବଂ କୃଷକ ମାନଙ୍କୁ ଟ୍ରେନିଂ ଦେବା ପାଇଁ ବିଭାଗ ଟାର୍ଗେଟ ରଖିଛି ।

ଏହାସହ ଓପଲଫେଡ ମୁଖ୍ୟ କାର୍ଯ୍ୟାଳୟ ଏବଂ ରାଜ୍ୟ ପ୍ରାଣୀ ଚିକିତ୍ସା ସେବା ଯୋଗାଯୋଗ କେନ୍ଦ୍ର ବୁଲି ଦେଖିଲେ ଗୋକୁଳାନନ୍ଦ ମଲ୍ଲିକ । ଉନ୍ନତ ଜ୍ଞାନ କୌଶଳରେ ଅଧିକରୁ ଅଧିକ ଦୁଗ୍ଧ, ମାଂସ ଏବଂ ଅଣ୍ଡା ଉତ୍ପାଦନ ପାଇଁ ଯୋଜନା ଚାଲିଛି ।

ଅଣ୍ଡା, ମାଛ ପାଇଁ ଆଉ ଆନ୍ଧ୍ର ଏବଂ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବନି ଓଡ଼ିଶା । ଅଣ୍ଡା ଉତ୍ପାଦନ ଦୁଇ ଗୁଣିତ ହେବ, ମାଛ ଉତ୍ପାଦନ ବଢିବ ।

ଏହାସହ କ୍ଷୀର ଧାରା ବା ଦୁଗ୍ଧ ବନ୍ୟା ମିଶନରେ ଗ୍ରାମାଞ୍ଚଳରେ ଗୋ ପାଳନ ବୃଦ୍ଧି ପାଇଁ ଧ୍ୟାନ ଦିଆଯାଉଛି । ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଦେଶୀ ଗାଈ ରଖିବା ପାଇଁ ମଧ୍ୟ ସରକାର ପ୍ରୋତ୍ସାହନ ଦେଉଛନ୍ତି । ଗୋପାଳନ ଦିଗରେ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି ସରକାର । ସବସିଡି ମାଧ୍ୟମରେ ଦୁଇଟିରୁ ଅଧିକ ଗାଈ ଯୋଗାଇ ଦେବେ ସରକାର । ଏସସି, ଏସଟି ଏବଂ ମହିଳା ଚାଷୀ ମାନଙ୍କୁ 50 ପ୍ରତିଶତରୁ ବୃଦ୍ଧି କରି 60 ପ୍ରତିଶତ ଏବଂ ସାଧାରଣ ବର୍ଗଙ୍କୁ 50 ପ୍ରତିଶତ ସବସିଡି ଦିଆଯାଉଛି । ଏହାଦ୍ବାରା ମହିଳା ଏବଂ ଯୁବକ  ମାନେ ଆତ୍ମନିର୍ଭର ଓ ସ୍ବାବଲମ୍ବୀ ହୋଇପାରିବେ । ଗାଈ ଅଧିକ ଦୁଗ୍ଧ ଦେବା ପାଇଁ ଘାସ ଚାଷ ବା ଫିଡର୍ ଉପରେ ଗୁରୁତ୍ବ ଦିଆଯାଉଛି । ଦୁଗ୍ଧ ଉତ୍ପାଦନ 2 ହାଜର ଟନରୁ 5 ହାଜର ଟନକୁ ବୃଦ୍ଧି କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି । ଗ୍ରାମାଞ୍ଚଳରେ ଓମଫେଡ ପାର୍ଲର ଖୋଲିବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି ।

ପ୍ଲାଷ୍ଟିକ ଅଣ୍ଡା ଏବଂ ଅପମିଶ୍ରିତ ଦୁଗ୍ଧ ବିକ୍ରି କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ । ଗ୍ରାମାଞ୍ଚଳରେ ଲୋକ ମାନେ ସହଜରେ ସୁବିଧା ପାଇବା ପାଇଁ ପଞ୍ଚାୟତ ସ୍ତରରେ ଥିବା ଏଲଆଇ ଏବଂ ବ୍ଲକ ସ୍ତରରେ ଥିବା ପ୍ରାଣୀ ଚିକିତ୍ସକ, ଜିଲ୍ଲା ସ୍ତରରେ ଥିବା ସିଡିବିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।