ଅର୍ଡର କରିଥିଲେ ଆଇ ଫୋନ୍‌, ଆସିଲା ସାବୁନ

ଅର୍ଡର କରିଥିଲେ ଆଇ ଫୋନ୍‌, ଆସିଲା ସାବୁନ

ଅର୍ଡର କରିଥିଲେ ଆଇ ଫୋନ୍‌, ଆସିଲା ସାବୁନ

ନୂଆଦିଲ୍ଲୀ: ବ୍ରିଟେନରେ ରହୁଥିବା ଜଣେ ମହିଳା ଆପଲ କମ୍ପାନିର ସବୁଠାରୁ ମହଙ୍ଗା ଫୋନ ଅନଲାଇନରେ ଅର୍ଡର କରିଥିଲେ। ହେଲେ ତାଙ୍କ ପାଖରୁ ଗୋଟିଏ ଡଲାରର ହାତଧୁଆ ସାବୁନ ବୋତଲ ଆସି ପହଞ୍ଚିଛି। ଏହାକୁ ଦେଖି ସେ ପୂରା ସ୍ତବ୍ଧ ହୋଇଯାଇଛନ୍ତି

ବ୍ରିଟେନରେ ରହୁଥିବା ଖାଓଉଲା ଲାଫହେଲୀ ଅନଲାଇନରେ ଅଇଫୋନ ୧୩ ପ୍ରୋ ମାକ୍ସ ପାଇଁ ଅର୍ଡର କରିଥିଲେ। ସେ ପ୍ରାୟ ୧.୫ ଲକ୍ଷ ଟଙ୍କାର ଦାମୀ ଫୋନ ଅର୍ଡର କରିଥିଲେ। ତାଙ୍କ ପାଖକୁ ଗୋଟିଏ ଡଲାରର ହ୍ୟାଣ୍ଡ ସୋପ ଆସିଛି।

ମହିଳା ଜଣଙ୍କ ସ୍କାଏ ମୋବାଇଲ ଜରିଆରେ ୩୬ ମାସର କଣ୍ଟ୍ରାକ୍ଟରେ ଏହି ଫୋନ ପାଇଁ ଅର୍ଡର ଦେଇଥିଲେ। କଣ୍ଟ୍ରାକ୍ଟ ଅନୁସାରେ ଫୋନାର ଦାମ ଜିବିପି ୧୫୦୦ ବା ପ୍ରାୟ ୧.୫ ଲକ୍ଷ ଟଙ୍କା ଥିଲା। ତେବେ ଭାରତରେ ଏହି ସ୍ମାର୍ଟଫୋନ ୧,୨୯,୯୦୦ ଟଙ୍କାରେ ବିକ୍ରି ହେଉଛି।

ମହିଳା ଜଣଙ୍କ ଅର୍ଡର କରିବା ବେଳେ କିଛି ଟଙ୍କା ଦେଇଥିଲେ। ବାକି ଟଙ୍କା ତାଙ୍କୁ ଇନଷ୍ଟଲମେଣ୍ଟରେ ଦେବାର ଥିଲା। ଅର୍ଡର ବେଳେ ଫୋନଟି ଗୋଟିଏ ଦିନ ପରେ ପହଞ୍ଚିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା। ହେଲେ୨ ଦିନ ପରେ ଡେଲିଭରୀ ବୟ ଟ୍ରାଫିକ କଥା କହି ଠିକଣା ସମୟରେ ପାର୍ସଲ ପହଞ୍ଚାଇ ପାରି ନଥିଲେ।

ଡେଲିଭରୀ ବୟ ୨ ଦିନ ପରେ ମହିଳାଙ୍କ ଘରେ ପହଞ୍ଚିଥିଲେ ମଧ୍ୟ ପାର୍ସଲ ଦେଇ ନଥିଲେ। କେବଳ ତାଙ୍କ ଘରର ଫଟୋ ଉଠାଇ ଚାଲି ଆସିଥିଲେ। ଏହି ସମୟରେ ସେ ଘରେ କେହି ନାହାନ୍ତି ବୋଲି ମେସେଜ ଦେଇଥିଲେ। ତେବେ ଲାଫହେଲୀ ଉକ୍ତ ଘଟଣା ଦିନ ଘର ଭିତରେ ଥିଲେ। ଡେଲିଭରୀ ବୟ ଘର କବାଟ ନ ବାଡେଇ କେବଳ ଫଟୋ ଉଠାଇ ଚାଲି ଯାଇଥିଲେ ବୋଲି ସେ ଦାବି କରିଛନ୍ତି।

କିଛି ଦିନ ପରେ ସେ ପାର୍ସଲ ବକ୍ସ ପାଇଥିଲେ। ହେଲେ ଏହାକୁ ସେ ଖୋଲିବା ମାତ୍ରେ ଏହା ମଧ୍ୟରୁ ଆଇଫୋନ ବଦଳରେ କେବଳ ରିଫିଲ ହ୍ୟାଣ୍ଡ ସୋପ ବୋତଲ ରହିଥିବା ଦେଖିବାକୁ ପାଇଥିଲେ। ଘଟଣା ପରେ ସେ ସ୍କାଏ ମୋବାଇଲରେ ନିଜ ଅଭିଯୋଗ ଦାଖଲ କରିଛନ୍ତି।