ଆଇପିଏଲ ଫାଇନାଲ : ମୁମ୍ବାଇ ସମ୍ମୁଖରେ ୧୫୬ ରନର ବିଜୟ ଲକ୍ଷ୍ୟ
ଆଇପିଏଲ ଫାଇନାଲ : ମୁମ୍ବାଇ ସମ୍ମୁଖରେ ୧୫୬ ରନର ବିଜୟ ଲକ୍ଷ୍ୟ
admin
Nov 10, 2020 - 15:48
Updated: Nov 10, 2020 - 15:48
ଦୁବାଇ : ଆଇପିଏଲର ୧୩ ତମ ସଂସ୍କରଣର ଫାଇନାଲରେ ମୁମ୍ବାଇ ସମ୍ମୁଖରେ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଦିଲ୍ଳୀ କ୍ୟାପିଟାଲ୍ସ । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଳୀ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୫୫ ରନ ସଂଗ୍ରହ କରିଥିଲା । ଦିଲ୍ଲୀ ପକ୍ଷରୁ ଅଧିନାୟକ ଶ୍ରେୟସ ଆୟର ସର୍ବାଧିକ ରନ ସଂଗ୍ରହ କରିଥିଲେ । ଶ୍ରେୟସଙ୍କ ବ୍ୟତିତ ଋଷଭ ପନ୍ତ ମଧ୍ୟ ୫୬ ରନର ିନିଂସ ଖେଳିଥିଲେ ।
ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ପ୍ରଥମ ବଲରେ ଷ୍ଟୋଇନିସଙ୍କ ୱିକେଟ ହରାଇଥିଲା । ପାୱାର ପ୍ଲେରେ ସର୍ବାଧିକ ୱିକେଟ ନେଇଥିବା ଟ୍ରେଣ୍ଟ ବୋଲ୍ଟ ଷ୍ଟୋଇନିସଙ୍କୁ ଆଉଟ କରିଥିଲେ । ଏହାପରେ ରାହାଣେ(୧)ଙ୍କୁ ନିଜର ଦ୍ୱିତୀୟ ଶିକାର କରିଥିଲେ ବୋଲ୍ଟ । ପାୱାର ପ୍ଲେ ଶେଷ ସୁଦ୍ଧା ଦିଲ୍ଲୀ ୪୧ ରନରେ ୩ ୱିକେଟ ହରାଇଥିଲା । ଏହାପରେ ଅଧିନାୟକ ଶ୍ରେୟସ ଆୟାର ଏବଂ ଋଷଭ ପନ୍ତଙ୍କ ମଧ୍ୟରେ ୯୬ ରନର ଭାଗିଦାରୀ ହୋଇଥିଲା । ଶ୍ରେୟସ ୫୦ଟି ବଲର ସମ୍ମୁଖୀନ ହୋଇ ୬ଟି ଚୌକା ଏବଂ ୨ଛକ୍କା ସହାୟତାରେ ରନ ସଂଗ୍ରହ କରିଥିଲେ । ଋଷଭ ପନ୍ତ ୩୮ଟି ବଲର ସମ୍ମୁଖୀନ ହୋଇ ୪ଟି ଚୌକା ଏବଂ ଦୁଇଟି ଛକ୍କା ସହାୟତାରେ ୫୬ ରନ ସଂଗ୍ରହ କରିଥିଲେ । ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୩୦ ରନରେ ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ କୋଲ୍ଟର ନାଇଲ ଏବଂ ଜୟନ୍ତ ଯାଦବ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।