ଏହି ସବୁ ଦେଶ ଆଷ୍ଟ୍ରାଜେନେକା କରୋନା ଟୀକା ବନ୍ଦ କଲେ

ଏହି ସବୁ ଦେଶ ଆଷ୍ଟ୍ରାଜେନେକା କରୋନା ଟୀକା ବନ୍ଦ କଲେ

ଏହି ସବୁ ଦେଶ ଆଷ୍ଟ୍ରାଜେନେକା କରୋନା ଟୀକା ବନ୍ଦ କଲେ
ନୂଆଦିଲ୍ଲୀ : ଆଷ୍ଟ୍ରାଜେନେକା କରୋନା ଟୀକା ଯୋଗୁଁ ରକ୍ତ ଜମାଟ ବାନ୍ଧିଯିବାର ଆଶଙ୍କା ରହିଛି । ଏହି ଡର ଏବେ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଘାରିଛି । ଯେଉଁଥିପାଇଁ ୟୂରୋପୀୟ ୟୂନିୟନର ଜର୍ମାନୀ, ଫ୍ରାନ୍ସ ଓ ଇଟାଲୀ ଭଳି ଦେଶଗୁଡ଼ିକ ଏହି କରୋନା ଟୀକାକୁ ପ୍ରତ୍ୟାହାର କରିନେଇଛନ୍ତି । ସେହିପରି ସ୍ପେନ, ପର୍ତୁଗାଲ, ଲତଭିଆ, ବୁଲଗେରିଆ, ନେଦରଲାଣ୍ଡ, ସ୍ଲୋଭାନିଆ, ଲଗଜମବର୍ଗ, ନାର୍ବେ ଓ ଆୟାରଲାଣ୍ଡ ଭଳି ଦେଶଗୁଡ଼ିକ ଏହି ଟୀକାକରଣ ଏବେ ବନ୍ଦ ରଖିଛନ୍ତି । ଆମ ଦେଶରେ ସିରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆ ଏହି ଟୀକା ପ୍ରସ୍ତୁତ କରୁଛନ୍ତି । ଯାହାର ନାମ କୋଭିସିଲଡ଼ ରହିଛି । ତେବେ ରକ୍ତ ଜମାଟ ଡରରେ କୋଭିସିଲଡ଼ର ଭାଗ୍ୟ କ’ଣ ହେବ ସେନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଏନେଇ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛିଯେ, କୋଭିସିଲଡ଼ ଉପରେ ପ୍ରତିବନ୍ଧକ ଲଗାଇବା ନେଇ କୌଣସି ଆଲୋଚନା କରାଯାଇନାହିଁ । ଭାରତରେ ଯେଉଁମାନେ ଏହି ଟିକା ନେଇଛନ୍ତି ସେମାନଙ୍କ ମଧ୍ୟରୁ କାହାର ରକ୍ତ ଜମାଟ ବାନ୍ଧିଥିବାର ସୂଚନା ମିଳିନାହିଁ । ବୈଜ୍ଞାନିକମାନଙ୍କ ପ୍ରମାଣ ଆଧାରରେ ହିଁ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି କୁହାଯାଇଛି ।