ଐଶ୍ୱର୍ୟ୍ୟାଙ୍କୁ ୫ ଘଣ୍ଟା ଜେରା

ଐଶ୍ୱର୍ୟ୍ୟାଙ୍କୁ ୫ ଘଣ୍ଟା ଜେରା

ଐଶ୍ୱର୍ୟ୍ୟାଙ୍କୁ ୫ ଘଣ୍ଟା ଜେରା

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ତଥା ବଚ୍ଚନ ପରିବାରର ବୋହୂ ଐଶ୍ୱର୍ୟ୍ୟା ରାୟଙ୍କୁ ଜେରା କରିଛି ଇଡି। ପାନାମା ପେପର୍ ଲିକ୍ ମାମଲାରେ ପଚରାଉଚରା ପାଇଁ ଐଶ୍ୱର୍ୟ୍ୟା ରାୟ ବଚ୍ଚନଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୋମବାର ୫ ଘଣ୍ଟା କାଳ ଜେରା କରିଛି। ସୋମବାର ରାତିରେ ଇଡି କାର୍ଯ୍ୟାଳୟରୁ ବାହାରିବାବେଳେ କଡ଼ା ସୁରକ୍ଷାରେ ଐଶ୍ୱର୍ୟ୍ୟା ଗାଡ଼ିରେ ପଳାଇଥିଲେ। ଗଣମାଧ୍ୟମକୁ ମୁହଁ ଖୋଲି ନଥିଲେ।

ଐଶ୍ୱର୍ୟ୍ୟାଙ୍କୁ ଏହା ପୂର୍ବରୁ ନଭେମ୍ବର ୯, ୨୦୨୧ ରେ ଇଡି ଦ୍ୱାରା ଡକାଯାଇଥିଲା। ଏହି ଡାକରା ତାଙ୍କ ମୁମ୍ବାଇ ନିବାସ 'ପ୍ରତୀକ'କୁ ପଠାଯାଇଥିଲା। ଅଭିନେତ୍ରୀଙ୍କୁ ୧୫ ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଥିଲା।

ସୂଚନା ଅନୁଯାୟୀ, ମନି ଲଣ୍ଡରିଂ ଆକ୍ଟ, ୨୦୦୨ ଅଧିନରେ ଏହି ମାମଲାରେ ମନି ଲଣ୍ଡରିଂ ମାମଲା ପଞ୍ଜିକୃତ ହୋଇଥିଲା । ପାନାମା ପେପର ଲିକ୍ ମାମଲା ହେଉଛି ଏକ ଗୋପନୀୟ ଡକ୍ୟୁମେଣ୍ଟ, ଯାହା ଏପ୍ରିଲ୍ ୨୦୧୬ ରେ ପ୍ରକାଶିତ ହୋଇଥିଲା। ୧୯୭୦ ଦଶକରୁ ଆରମ୍ଭ ହୋଇଥିବା ଡକ୍ୟୁମେଣ୍ଟଗୁଡିକ ପାନାମିଆନ୍ ଅଫଶୋର ଲ ’ଫାର୍ମ ଏବଂ କର୍ପୋରେଟ୍ ସେବା ପ୍ରଦାନକାରୀ ମୋସାକ୍ ଫୋନ୍ସେକା ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ।

ବ୍ୟକ୍ତିଗତ ଆର୍ଥିକ ସୂଚନା ଧାରଣ କରିଥିବା ଦଶହଜାର ଦଲିଲରେ ଲିକ୍ ହୋଇଥିବା ଏହି ନାମଗୁଡିକ ମଧ୍ୟରେ ଦେଶ ବିଦେଶର ପ୍ରଭାବଶାଳୀ ଲୋକଙ୍କ ନାଁ ରହିଥିଲା।