ଗୀତ ଗାଇବା ପାଇଁ କପିଲ ଶର୍ମାଙ୍କୁ ପ୍ରଥମେ ସୁଯୋଗ ଦେଇଥିଲେ ଏହି ବ୍ୟକ୍ତି

ଗୀତ ଗାଇବା ପାଇଁ କପିଲ ଶର୍ମାଙ୍କୁ ପ୍ରଥମେ ସୁଯୋଗ ଦେଇଥିଲେ ଏହି ବ୍ୟକ୍ତି

ଗୀତ ଗାଇବା ପାଇଁ କପିଲ ଶର୍ମାଙ୍କୁ ପ୍ରଥମେ ସୁଯୋଗ ଦେଇଥିଲେ ଏହି ବ୍ୟକ୍ତି
ମୁମ୍ବାଇ : ବଲିଉଡର କମେଡିଆନ କପିଲ ଶର୍ମା ନିଜର କମେଡି ପାଇଁ ଘରେ ଘରେ ପରିଚିତ । ତେବେ ଏହି ଟ୍ୟାଲେଣ୍ଟଡ କଳାକାର ଜଣକ ମୁମ୍ବାଇକୁ ସିଙ୍ଗର ବନିବା ପାଇଁ ଆସିଥିଲେ । ନିକଟରେ ଦ କପିଲ ଶର୍ମା ଶୋର ଏକ ଏପିସୋଡରେ କପିଲ ନିଜ ଜୀବନର ଏକ କାହାଣୀ ସେୟାର କରିଥିଲେ । ସତୀଶ କୌଶିକଙ୍କ ନିଦେ୍ର୍ଧଶିତ କାଗଜର ପ୍ରମୋଶନ ଅବସରରେ କପିଲ ଏକ ଘଟଣା ସମ୍ପର୍କରେ ଉଲ୍ଲେଖ କରିଥିଲେ । କପିଲ ଶର୍ମା ଶୋର ଲାଇଭ ଗିଟାରିଷ୍ଟ ଦୀନେଶ ତାଙ୍କୁ ପ୍ରଥମେ ଗାଇବାର ସୁଯୋଗ ଦେଇଥିଲେ ବୋଲି କପିଲ ପ୍ରକାଶ କରିଥିଲେ । ୨୦ ବର୍ଷ ପୂର୍ବେ ଚଣ୍ଡୀଗଡରେ ଏକ କାର୍ଯ୍ୟକ୍ରମରେ ଦୀନେଶ କପିଲଙ୍କୁ ବ୍ୟାକଗ୍ରାଉଣ୍ଡ ସିଙ୍ଗର ଭାବରେ ଡାକିଥିଲେ । ମାତ୍ର ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ମୁଖ୍ୟ ସିଙ୍ଗର ଏବଂ ଆଙ୍କର ନ ଆସିବାରୁ କପିଲଙ୍କୁ ହୋଷ୍ଟିଂ କରିବା ସହିତ ଗୀତ ମଧ୍ୟ ଗାଇବାକୁ ପଡିଥିଲା । ସେହି କାର୍ଯ୍ୟକ୍ରମର ଅଭିଜ୍ଞତା ସେୟାର କରିବା ସହିତ କିପରି ଗୀତ ଭୁଲି ଯାଇଥିଲେ ତାହା ମଧ୍ୟ ସେୟାର କରିଥିଲେ । କପିଲଙ୍କ ଏହି ମଜାଦାର ଅଭିଜ୍ଞତା ଶୁଣି ଉପସ୍ଥିତ କଳାକାର ଅନୁପମ ଖେର ଏବଂ ପଙ୍କଜ ତ୍ରିପାଠୀ ହସି ହସି ବେଦମ ହୋଇ ଯାଇଥିଲେ । ସତୀଶ କୌଶିକଙ୍କ ନିଦେ୍ର୍ଧଶିତ କାଗଜରେ ଅନୁପମ ଖେରଙ୍କ ସହିତ ପଙ୍କଜ ତ୍ରିପାଠୀ ମୁଖ୍ୟ ଭୂମିକାରେ ନଜର ଆସିବେ । କପିଲ ଶର୍ମା ଶୋର ଆସନ୍ତା ଏପିସୋଡରେ ନେହା କକ୍କର, ରୋହନପ୍ରୀତ ସିଂ ଏବଂ ନୱାଜୁଦ୍ଧିନ ସିଦ୍ଧିକି ନଜର ଆସିବାକୁ ଯାଉଛନ୍ତି ।