ଛଟେଇ ହେବେ ଆଡହକ୍ ଅଧ୍ୟାପକ

ଛଟେଇ ହେବେ ଆଡହକ୍ ଅଧ୍ୟାପକ

ଛଟେଇ ହେବେ ଆଡହକ୍ ଅଧ୍ୟାପକ
ଭୁବନେଶ୍ୱର: ସମସ୍ତ ଡିଗ୍ରୀ, ସ୍ୱୟଂଶାସିତ ଓ ମଡେଲ ଡିଗ୍ରୀ କଲେଜରେ କାର୍ଯ୍ୟରତ ଆଡହକ ଅଧ୍ୟାପକଙ୍କ କାର୍ଯ୍ୟକାଳ ଶେଷ ଥର ପାଇଁ ବୃଦ୍ଧି କରିଛନ୍ତି ସରକାର । ଏହା ପରେ କାର୍ଯ୍ୟରତ ଅଧ୍ୟାପକ ମାନେ ଛଟେଇ ହେବେ । ଏ ନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଦେ୍ର୍ଧଶନାମା ଜାରି କରିଛନ୍ତି ସରକାର । ବିଭାଗ ପକ୍ଷରୁ ଦିଆଯାଇଥିବା ଚିଠିରେ ସ୍ପଷ୍ଟ କରାଯାଇଛି ଯେ, ଶେଷ ଥର ପାଇଁ ସମସ୍ତ ଅଧ୍ୟାପକଙ୍କ କାର୍ଯ୍ୟକାଳ ୨୦୨୦ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ପରେ ଆଡହକ ଅଧ୍ୟାପକଙ୍କ କାର୍ଯ୍ୟକାଳ ଆଉ ବୃଦ୍ଧି ହେବନି । ମେ ୩୧ ତାରିଖ ପରେ ସମ୍ପୃକ୍ତ ଅଧ୍ୟାପକଙ୍କ କାର୍ଯ୍ୟକାଳ ସ୍ୱୟଂକି୍ରୟ ଭାବେ ଶେଷ ହେବ । ବର୍ତ୍ତମାନ ରାଜ୍ୟରେ ୧୮୭ ଜଣ ଆଡହକ୍ ଅଧ୍ୟାପକ କାର୍ଯ୍ୟ କରୁଛନ୍ତି ।