ଜେଲ ଫେରିଲେ ଅଭୟକାନ୍ତ

ଜେଲ ଫେରିଲେ ଅଭୟକାନ୍ତ

ଜେଲ ଫେରିଲେ ଅଭୟକାନ୍ତ
ଭୁବନେଶ୍ୱର:ଚାର୍ଟର ବିମାନ ଉଡ଼ା ଠକେଇ ମାମଲାରେ ଅଭୟକାନ୍ତ ପାଠକଙ୍କ ଦୁଇ ଦିନିଆ ରିମାଣ୍ଡ ଶେଷ ହେବା ପରେ ଜେଲ ଫେରିଛନ୍ତି । ପୂର୍ବାହ୍ନରେ ଖାରବେଳ ନଗର ଥାନା ପୁଲିସ ଅଭୟକାନ୍ତଙ୍କୁ ଏସଡିଜେଏମ କୋର୍ଟରେ ହାଜର କରିଥିଲା । ଏହା ପରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଚି । ରିମାଣ୍ଡ ଅବଧି ସମୟରେ ଅଭୟକାନ୍ତଙ୍କୁ ମାରାଥାନ ଜେରା କରାଯାଇଥିଲା । ଏହି ମାମଲାରେ ଅଭିଯୋଗ କରିଥିବା ସ୍କାଏ କିଙ୍ଗ କର୍ତ୍ତୃପକ୍ଷଙ୍କ ନିକଔରେ ଅଭୟକାନ୍ତ ପୁଅ ଆକାଶଙ୍କୁ ଟାଟାମୋଟର୍ସର ଏମଡି ବୋଲି ପରିଚୟ ଦେଇଥିଲେ ବୋଲ ଜେରା ବେଳେ ମାନିଛନ୍ତି । ତଦନ୍ତକାରୀ ଟିମକୁ ଏସବୁ ତଥ୍ୟ ମିଳିସାରିଛି । ଅନ୍ୟ ପକ୍ଷରେ ଏହି ମାମଲାରେ ଏଡିଜେ-୩ କୋର୍ଟରେ ଅଭୟକାନ୍ତ ଓ ଆକାଶଙ୍କ ଜାମିନ ଖାରଜ ହୋଇଯାଇଛି ।