ଟ୍ରକ ଧକ୍କାରେ କଲେଜ ଛାତ୍ରୀ ମୃତ

ଟ୍ରକ ଧକ୍କାରେ କଲେଜ ଛାତ୍ରୀ ମୃତ

ସମ୍ୱଲପୁର: ସମ୍ବଲପୁର ରେମେଡ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମାଲବୋଝେଇ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ କଲେଜ ଛାତ୍ରୀ ଜଣଙ୍କ ସମ୍ବଲପୁରର ଏକ ଘରୋଇ କଲେଜରେ ପାଠ ପଢୁଥିଲେ । ଛାତ୍ରୀ ଜଣଙ୍କ କଲେଜକୁ ଘରକୁ ଆସୁଥିଲେ । ନିଜ ବାପା ସାଙ୍ଗରେ ବାଇକ ଯୋଗେ ଫେରୁଥିବାବେଳେ ଟ୍ରକଟି ଧକ୍କା ଦେଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।
ମୃତ ଛାତ୍ରୀ ଜଣକ ହେଲେ ସିତୁସ୍ମିତା ପଧାନ । ସେପଟେ ଦୁର୍ଘଟଣାରେ ମୃତ ଛାତ୍ରୀଙ୍କ ବାପା ସାମାନ୍ୟ ଆହତ ହୋଇଛନ୍ତି ।