ବଢିବ ଖରା : ୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ବଢିବ ଖରା : ୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ବଢିବ ଖରା : ୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର: ଗତକାଲି ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହୋଇଥିବା ବେଳେ ଆଜି ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ହୋଇପାରେ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ହିଟୱେଭ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୩ ଦିନ ପର୍ୟ୍ୟନ୍ତ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେବ। ଗତକାଲି ୧୬ଟି ସହରରେ ପାରଦ ୪୦ ଡିଗ୍ରୀ ଟପିଥିଲା। ଏଥିଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ଅନେକ ସହରରେ ରାସ୍ତାଘାଟ ଖାଁ ଖାଁ ହୋଇପଡ଼ିଥିଲା । ବାରିପଦା ସହରରେ ଗତକାଲି ସବୁଠୁ ଅଧିକ ତାତି ଅନୁଭୂତ ହୋଇଥିଲା । ଆଜି ୨୪ ଘଂଟାରେ ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ପାଇଛି । ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମ ପ୍ରବାହ ନେଇ ୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ବଳପୁର, ସୁନ୍ଦରଗଡ, ଝାରସୁଗୁଡା , କେନ୍ଦୁଝର , ମୟୂରମଞ୍ଜ , ଦେବଗଡ , ବରଗଡ, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, ନୟାଗଡ, ଖୋର୍ଦ୍ଧା, କଟକ , ଯାଜପୁର, ଭଦ୍ରକ, ବାଲେଶ୍ୱର ଏହି ସବୁ ଜିଲ୍ଲାକୁ ୨ ତାରିଖ ସକାଳ ୮ଟା ୩୦ ଯାଏଁ ସର୍ତକ ରହିବାକୁ ପରାମର୍ଶ ଦିଆଯାଇଛି । ରୋଗାକ୍ରାନ୍ତ, ବୃଦ୍ଧ ଓ ଶିଶୁଙ୍କ ପ୍ରତି ବିଶେଷ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି ।ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ନିଦେ୍ର୍ଧଶ ଦିଆଯାଇଛି ।