ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲିଆକୁ ଗସ୍ତ

ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲିଆକୁ ଗସ୍ତ

ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲିଆକୁ ଗସ୍ତ
ଚଳିତ ବର୍ଷ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ତେବେ ସାରା ବିଶ୍ୱରେ କୋଭିଡ-୧୯ କାୟା ବିସ୍ତାର କରିବା ଯୋଗୁଁ ଏହି ଗସ୍ତରେ ଭାରତୀୟ ଦଳ ଯିବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । ପୁଣି ଆଇସିସି ଟେଷ୍ଟ ଚାମ୍ପିଅନ ସିପ ଅନ୍ତର୍ଗତ ବହୁ ଟେଷ୍ଟ ସିରିଜ ବାତିଲ ହେବାର ଲାଗିଥିବା ବେଳେ ଭାରତ -ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ଖେଳାଯିବ କି ନାହିଁ; ଏବେ ତାହା କେହି କହିପାରିବେ ନାହିଁ । ପୁଣି ଏହି ଗସ୍ତରେ ଯଦି ଭାରତୀୟ ଦଳ ଯାଏ, ତେବେ ଷ୍ଟାଡିୟମକୁ ଦର୍ଶକମାନଙ୍କୁ ଛଡ଼ାଯିବ କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ତେବେ ଅଷ୍ଟ୍ରେଲିଆରେ ଏହି ବହୁ ପ୍ରତୀକ୍ଷିତ ଟେଷ୍ଟ ସିରିଜର ଆୟୋଜନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ଏପରିକି ଆଡିଲେଡ ସହରରେ ଏକ ନବନିର୍ମିତ ତଥା ଅଣବ୍ୟବହୃତ ହୋଟେଲରେ ଭାରତୀୟ ଦଳ ରହିବାର ବନ୍ଦୋବସ୍ତ କରାଯାଇଛି । ଏହି ହୋଟେଲରେ ଆବଦ୍ଧ ରହି ବାହାର ଲୋକଙ୍କ ସଂସ୍ପର୍ଶରେ ଭାରତୀୟ ଦଳର ଖେଳାଳି ଯେପରି ନ ଆସିପାରନ୍ତି ତାହାକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥା କରାଯାଇଛି । ଅଷ୍ଟ୍ରେଲିଆର ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଆଡିଲେଡରେ ୪୨ ନିୟୁତ ଆମେରିକୀୟ ଡଲାର ବ୍ୟୟରେ ଏକ ନୂଆ ପଞ୍ଚତାରକା ହୋଟେଲ ନିର୍ମାଣ କରାଯାଇଛି । ଏହି ହୋଟେଲରେ ଅଦ୍ୟାବଧି ଅତିଥିଙ୍କ ପାଇଁ ବୁକିଂ ଆରମ୍ଭ ହୋଇନାହିଁ । ତେଣୁ ସାଉଥ ଅଷ୍ଟ୍ରେଲିଆ କ୍ରିକେଟ ଆସୋସିଏସନର ମୁଖ୍ୟ କିଥ ବ୍ରାଡସ କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କେଭିନ ରବର୍ଟସଙ୍କୁ ପ୍ରସ୍ତାବ ଦେଇଛନ୍ତି ଏବଂ ଦେଶକୁ ଆନ୍ତର୍ଜାତିକ ବିମାନ ଚଳାଚଳ ବନ୍ଦ ହୋଇଯାଇଛି । ଏଣେ ଅଷ୍ଟ୍ରେଲିଆ ସରକାର ନିୟମ କରିଛନ୍ତି ଯେ ତାଙ୍କ ଦେଶକୁ ଯେକୌଣସି କ୍ରୀଡ଼ାବିତ ଆସିବେ ସେମାନେ ୧୪ ଦିନ ଆଇସୋଲେସନ ବା ଆବଦ୍ଧ ହୋଇ ରହିବେ । ତେବେ କରୋନା ଭୂତାଣୁ ସଂକ୍ରମଣର ଅନ୍ତଃ କେବେ ଘଟିବ, ତାହା କେହି ଜାଣିନାହାନ୍ତି । ଏପରି ସ୍ଥିତିରେ ବିଶ୍ୱର ୧ ନଂ ଦଳ ଭାରତ ଏବଂ ଶକ୍ତିଶାଳୀ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ ଖେଳାଯିବା ନେଇ କୌଣସି ନିଶ୍ଚିତତା ନାହିଁ । ଉକ୍ତ ସିରିଜ ଯଦି ବାତିଲ ହୋଇଯାଏ କ୍ରିକେଟ ଅଷ୍ଟ୍ରେଲିଆକୁ ୩୦୦ ନିୟୁତ ଆମେରିକୀୟ ଡଲାରର କ୍ଷତି ସହିବାକୁ ପଡ଼ିବ । ପୁଣି ଅକ୍ଟୋବର ୧୮ ରୁ ଅଷ୍ଟ୍ରେଲିଆରେ ଟ୍ୱେଣ୍ଟି ୨୦ ବିଶ୍ୱକପ ଆୟୋଜନ ହେବ । ଏପରି ବଡ଼ ଆଇସିସି ଟୁର୍ଣ୍ଣାମେଣ୍ଟ ଯଦି ବାତିଲ ହୋଇଯାଏ, ତେବେ କ୍ରିକେଟ ଅଷ୍ଟ୍ରେଲିଆ ପାଇଁ ଏହା ଶକ୍ତ ଆର୍ଥିକ ଧକ୍କା ହେବ ।