ମୁଁ ଯାଉଛି ଶିରିଡି ଧାମ

ମୁଁ ଯାଉଛି ଶିରିଡି ଧାମ

ମୁଁ  ଯାଉଛି ଶିରିଡି ଧାମ
***ମୁଁ ଯାଉଛି ଶିରିଡି ଧାମ*** ତୁଣ୍ଡେ ଥାଉ ମୋର ସାଇ ନାମ ଆଜି ଦେଖିବି ବାବାଙ୍କ ଦର୍ଶନ ଏ ଜୀବନ ହେବ ମୋର ଧନ୍ୟ ଆଣିଚି ସାଙ୍ଗରେ ଗୋଲାପ ଚରଣେ ତଳେ ଦିଶିବେ କେଡେ ସୁନ୍ଦର ବିଭୁତି ମୁଣ୍ଡରେ ବୋଳିବି ଆଜି ସାଇ ପୁରାଣ ନୀତି ପଢୁଥିବି ତାଙ୍କରି ବାଟକୁ ଚାହିଁ ବସିଥିବି ତାଙ୍କ ସେବା କରି ଦିନ କାଟୁଥିବି ବାବାଙ୍କ ଆଶୀର୍ବାଦ ପଡିଲେ ମୋଉପରେ ।। ଏ ଜୀବନ ହେବ ଧନ୍ୟ ।। ମୁଁ ମୋହ ,ମାୟା ଛାଡି ଆସିଛି ସାଇ ଧାମ ମୋତେ ହାତ ଠାରି ଡାକୁଛି ବଂଚିଚି ଆଜି ତାଙ୍କରି ପାଇଁ ସାଇ ଥିଲେ ମୋର କିଛି ଲୋଡା ନାହଁ ସୁଣୁଥିବି ସଦା ତାଙ୍କରି ବାଣୀ ସାଇ ଧାମରେ ଶେଷ ହେଉ ମୋ କାହାଣୀ ।। ଓମ ସାଇ ରାମ ''''' ଓମ ସାଇ ରାମ''''"ଓମ ସାଇ ରାମ "" ଜିତେନ୍ଦ୍ର କୁମାର ସୁବୁଦ୍ଧି । ବେଗୁନିଆ -ଖୋର୍ଦ୍ଧା