ରାଜମା ପରଟା

ରାଜମା ପରଟା

ରାଜମା ପରଟା
ସାମଗ୍ରୀ: - ଅଟା: ୨ କପ - ରାଗମା:୧୧ କପ - କଟା ଅଦା: ୧ଟା - କଟା ପିଆଜ:୧ଟା - ଲଙ୍କାଗୁଣ୍ଡ: ୧ ଚାମଚ - ଜିରାଗୁଣ୍ଡ:୧/୨ ଚାମଚ - ଗରମ ମସଲା: ୩/୪ ଚାମଚ - ଧନିଆ ପତ୍ର: ୨ ଚାମଚ - ଲେମ୍ବୁରସ: ୧ ଚାମଚ - ଲୁଣ ପ୍ରୟୋଜନ ଅନୁସାରେ - ଆବଶ୍ୟକ ଅନୁଯାୟୀ ତେଲ ପ୍ରଣାଳୀ: ପ୍ରଥମେ ରାଜମାକୁ ଧୋଇ ସିଝୋଇ ଦିଅନ୍ତୁ । ଗୋଟିଏ ପାତ୍ରରେ ଅଟା , ଲୁଣ ଓ ପାଣି ପକାଇ ଭଲ ଭାବେ ଚକଟି ଦିଅନ୍ତୁ । ଏହାକୁ ୨୦ ମିନିଟ ପର୍ଯ୍ୟନ୍ତ ଘୋଡାଇ ରଖିଦିଅନ୍ତୁ । ତାପରେ ସିଝା ରାଜମା ଧନିଆ ପତ୍ର, ଅଦା ପିଆଜ, ଜିରାଗୁଣ୍ଡ ଲଙ୍କାଗୁଣ୍ଡ, ଗରମ ସସଲା ଓ ଲୁଣ ପକାଇ ଭଲ ଭାବେ ଗ୍ରାଇଣ୍ଡିଂ କରି ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଗ୍ୟାସରେ କଡେଇ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହୋଇଗଲା ପରେ ସେହି ମିଶ୍ରଣ ଓ ଲେମ୍ବୁରସ ପକାଇ ଭାଜନ୍ତୁ । ଅଳ୍ପ ସମୟ ଭାଜି ହୋଇଗଲା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ । ତାପରେ ପରଟା ତିଆରି କରିବା ପାଇଁ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଅଟା ଚକଟାକୁ ସମାନ ଭାବରେ ଗୁଳା କରି ଦିଅନ୍ତୁ ।ବେଲଣା ପେଡିରେ ଅଟା ଦେଇ ସେହି ଗୁଳାକୁ ବେଲନ୍ତୁ । ତାପରେ ରାଜମା ପୁର ଦେଇ ଭଲ ଭାବେ ବନ୍ଦ କରି ପରଟା ଆକାରରେ ବେଲିଦିଅନ୍ତୁ । ଗ୍ୟାସରେ ତାୱା ବସାନ୍ତୁ । ତାୱା ଗରମ ହେଲା ପରେ ପରଟାକୁ ପକାଇ ତେଲ ଦେଇ ଦୁଇପଟକୁ ଭଲ ଭାବେ ସେକି ଦିଅନ୍ତୁ । ଦୁଇ ପାଖ ଭଲ ଭାବେ ସେକି ହୋଇଗଲା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ । ଗରମ ଗରମ ନିଜେ ଖାଇବା ସହିତ ଅନ୍ୟମାନଙ୍କୁ ଖୁଆନ୍ତୁ ।