ସିଏଜି ଭାବରେ ନିଯୁକ୍ତ ହେଲେ ଗିରିଶ ଚନ୍ଦ୍ର ମୁର୍ମୁ : ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ସିଏଜି ଭାବରେ ନିଯୁକ୍ତ ହେଲେ ଗିରିଶ ଚନ୍ଦ୍ର ମୁର୍ମୁ : ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ସିଏଜି ଭାବରେ ନିଯୁକ୍ତ ହେଲେ ଗିରିଶ ଚନ୍ଦ୍ର ମୁର୍ମୁ : ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ଜମ୍ମୁ-କଶ୍ମୀରର ପୂର୍ବତନ ଲେଫ୍ଟନାଣ୍ଟ ଗର୍ଭନର ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ନୂଆ ସିଏଜି ଘୋଷିତ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁର୍ମୁଙ୍କୁ ଅଭନନ୍ଦନ ଜଣାଇଛନ୍ତି । ମୁର୍ମୁ କଶ୍ମୀରର କେନ୍ଦ୍ରଶାସିତ ରାଜ୍ୟର ପ୍ରଥମ ଉପରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ। ଗତ ବୁଧବାର ସେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ଗିରିଶ ଚନ୍ଦ୍ର ମୁର୍ମୁ ୧୯୮୫ ବ୍ୟାଚର ଗୁଜରାଟ କ୍ୟାଡରର ଆଇଏଏସ୍ ଅଫିସର ଅଟନ୍ତି। ଯେତେବେଳେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ସେ ମୁଖ୍ୟ ସଚିବ ଥିଲେ। କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବରେ ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ ନିଯୁକ୍ତି ପାଇଥିଲେ। ସେହି ସମୟରେ ଜାମ୍ମୁ-କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ମୟୂରଭଞ୍ଜ ବେତନଟୀରେ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଜନ୍ମ ସ୍ଥାନ । ସେ ପୂର୍ବରୁ କେନ୍ଦ୍ରର ଅନେକ ବିଭାଗର ସଚିବ ରହିଛନ୍ତି।