ଆଉ ଜିବାକୁ ପଡିବନି ଥାନା, ଘରେ ବସି ପାଇପାରିବେ ସେବା
ଆଉ ଜିବାକୁ ପଡିବନି ଥାନା, ଘରେ ବସି ପାଇପାରିବେ ସେବା
admin
Jan 29, 2020 - 07:28
Updated: Jan 29, 2020 - 07:28
ଭୁବନେଶ୍ୱର - ମୋଟର୍ ସାଇକେଲ୍ ଚୋରି ହେଲେ ଏତଲା ଦେବାକୁ ଓ ତାହାର ନକଲ ଆଣିବାକୁ ଆଉ ଥାନା ଦୌଡ଼ିବାକୁ ପଡ଼ିବ ନାହିଁ । ଏଣିକି ଘରେ ବସି ଅନ୍ଲାଇନ ମାଧ୍ୟମରେ କାମ ସହଜରେ ହୋଇପାରିବେ । "ଭର୍ଚୁଆଲ୍ ପୁଲିସ୍ ଷ୍ଟେସନ୍' ପ୍ରକଳ୍ପ ମାଧ୍ୟମରେ ଏହି ସୁବିଧା ମିଳିବ । ରାସ୍ତା ଦୁର୍ଘଟଣା ହେଲେ ବୀମା ସହାୟତା ପାଇଁ ପୁଲିସ୍, ଡାକ୍ତରଖାନା, ଆର୍ଟିଓ ଓ ବୀମା କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ଲୋକ ନୟାନ୍ତ ହୁଅନ୍ତି । ଏହି ପରିସ୍ଥିତିରୁ ବି ନିସ୍ତାର ମିଳିଛି । "ରୋଡ୍ ଆକ୍ସିଡେଣ୍ଟ୍ ଡକୁମେଣ୍ଟ୍ ମଡୁ୍ୟଲ୍' ମାଧ୍ୟମରେ ଏହି କାର୍ଯ୍ୟ ସହଜ ହେବ । ରାସ୍ତା ଦୁର୍ଘଟଣାର ଶିକାର ହେଲେ ଡାକ୍ତରୀ ପରୀକ୍ଷା ରିପୋର୍ଟ ପାଇଁ ବି ଆଉ ଥାନା ଓ ଡାକ୍ତରଖାନାରେ ଚକ୍କର କାଟିବାକୁ ପଡ଼ିବନି । ଏହି ରିପୋର୍ଟ ବି ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଅନଲାଇନରେ ମିଳିଯିବ । "ମେଡିକୋ ଲିଗାଲ୍ ଓପିନିଅନ୍ ସିଷ୍ଟମ୍' ମାଧ୍ୟମରେ ଏହି ବ୍ୟବସ୍ଥା ସୁରୁଖୁରୁରେ ଚାଲିବ । ରାଜ୍ୟ ସରକାରଙ୍କ ୫-ଟି ଅଭିଯାନରେ ଓଡ଼ିଶା ପୁଲିସର ଏହି ତିନିଟି ଗୁରୁତ୍ୱପୂର୍ଣ୍ଣ ସେବା ଯୋଡ଼ି ହୋଇଛି । ମଙ୍ଗଳବାର ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତିନିଟି ସେବାକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ । ମୋ ସରକାର ୫-ଟି ଅଧୀନରେ ରାଜ୍ୟବାସୀଙ୍କୁ ନାଗରିକ କେନ୍ଦ୍ରିକ ଶାସନ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି ତିନିଟି ସେବା ଦ୍ୱାରା ଏଣିକି ଲୋକଙ୍କୁ ଅଯଥାରେ ଥାନାକୁ ଦୌଡ଼ିିବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
"ଭର୍ଚୁଆଲ୍ ପୁଲିସ୍ ଷ୍ଟେସନ୍' ବ୍ୟବସ୍ଥା ଅନୁଯାୟୀ ଏହା ଏକ ଅନ୍ଲାଇନ୍ ବ୍ୟବସ୍ଥା । ଭୁବେନଶ୍ୱରରେ କ୍ରାଇମ୍ ରେକର୍ଡ ବୁ୍ୟରୋରେ ଏହା କାର୍ଯ୍ୟ କରିବ । ଗାଡ଼ି ଚୋରି ହୋଇଗଲେ ଗାଡ଼ି ମାଲିକଙ୍କୁ ଆଉ ଥାନାକୁ ଯାଇ ଏତଲା ଦେବାକୁ ପଡ଼ିବନି । ନିଜ ମୋବାଇଲ୍ ଯୋଗେ ଅନ୍ଲାଇନରେ ପୁଲିସ୍କୁ ଅଭିଯୋଗ ପଠାଇ ପାରିବେ ।