କଂଗ୍ରେସ ଏବେ ବାପ ପୁଅଙ୍କ ଦଳ: କାହ୍ନୁ

କଂଗ୍ରେସ ଏବେ ବାପ ପୁଅଙ୍କ ଦଳ: କାହ୍ନୁ

କଂଗ୍ରେସ ଏବେ ବାପ ପୁଅଙ୍କ ଦଳ: କାହ୍ନୁ
ଭୁବନେଶ୍ୱର: ଚଳିତ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛି। ଦଳର ଏଭଳି ପ୍ରଦର୍ଶନ ପାଇଁ ଦାୟୀ କିଏ ତାହା ସମୀକ୍ଷା କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା । କଂଗ୍ରେସର ପରାଜୟ ନେଇ ବରିଷ୍ଠ ନେତା କାହ୍ନୁଚରଣ ଲେଙ୍କା ଆଜି ବର୍ଷିଛନ୍ତି । କାହ୍ନୁଚରଣ କହିଛନ୍ତି କି, ଓଡିଶାରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ରାଜ୍ୟର ନେତୃବୃନ୍ଦ ଦାୟୀ । ରାଜ୍ୟରେ ଦଳର କୃତ୍ରିମ ବିପର୍ଯ୍ୟୟ କରାଯାଇଛି । ବର୍ତମାନ କଂଗ୍ରେସ ଦଳ ବାପ ପୁଅର ଦଳ ଭାବରେ ପରିଣତ ହୋଇଛି । ବିପର୍ଯ୍ୟୟ ସମୀକ୍ଷା ପାଇଁ ଗଠନ କରାଯାଇଥିବା କମିଟି ନିଜେ ବିପର୍ଯ୍ୟୟ ପାଇଁ ଦାୟୀ । ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ନେଇ ବ୍ୟାକୁଳ ଥିଲେ । ତେଣୁ ଭାଇ ସୌମ୍ୟ ପଟ୍ଟନାୟକଙ୍କୁ ଲଗାଇ ବିଜେଡିରେ ଷଡଯନ୍ତ୍ର କରୁଥିବା କହିଛନ୍ତି କାହ୍ନୁଚରଣ ଲେଙ୍କା ।