କମିଶନରେଟ ପୁଲିସର ୨୧୦ରୁ ଅଧିକ କର୍ମଚାରୀଙ୍କୁ କରୋନା
କମିଶନରେଟ ପୁଲିସର ୨୧୦ରୁ ଅଧିକ କର୍ମଚାରୀଙ୍କୁ କରୋନା
admin
May 15, 2021 - 07:30
Updated: May 15, 2021 - 07:30
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ଆସିଛି । ତାହା ହେଲା କମିଶନରେଟ ପୁଲିସର ୨୧୦ରୁ ଅଧିକ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି । ବର୍ତ୍ତମାନ ସୁଦ୍ଧା ୨୧୦ରୁ ଅଧିକ ସଂକ୍ରମିତ ହୋଇଥିବାବେଳେ ୬୩ ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୧୪ ଜଣ ଅଫିସର ର୍ୟାଙ୍କର କର୍ମଚାରୀ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ପ୍ରକାଶ ଯେ, କରୋନାର ଦୃତ ସଂକ୍ରମଣ ଭିତରେ ପୁଲିସ କର୍ମଚାରୀମାନେ ସମ୍ମୁଖ ଯୋଦ୍ଧାଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି । ଲକଡାଉନ ଓ ସଟଡାଉନ ଭଳି ସ୍ଥିତିରେ ସେମାନେ କାର୍ଯ୍ୟ ସମ୍ପାଦନ କରିଚାଲିଛନ୍ତି ।
ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୧ ଜଣ ଅଗ୍ନିଶମ କର୍ମଚାରୀ ବି ସଂକ୍ରମିତ ହୋଇଥିବା ଜଣାଯାଇଛି ।