ଉତ୍ତରପ୍ରଦେଶର ଚିତ୍ରକୂଟ ଜେଲରେ ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ଗୁଳିକାଣ୍ଡ, ୩ କଏଦୀ ନିହତ

ଉତ୍ତରପ୍ରଦେଶର ଚିତ୍ରକୂଟ ଜେଲରେ ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ଗୁଳିକାଣ୍ଡ, ୩ କଏଦୀ ନିହତ

 ଉତ୍ତରପ୍ରଦେଶର ଚିତ୍ରକୂଟ ଜେଲରେ ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ଗୁଳିକାଣ୍ଡ, ୩ କଏଦୀ ନିହତ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଚିତ୍ରକୂଟ ଜେଲରେ ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ଗୁଳିକାଣ୍ଡ ଘଟି ୩ ଜଣଙ୍କର ମୃତୁ୍ୟ ହୋଇଛି । ଦୁଇ ଜଣ କଏଦୀ ଅନ୍ୟ କଏଦୀଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଥିବା ବେଳେ ଆଉ ଜଣେ କଏଦୀ ପୁଲିସ ଗୁଳିରେ ନିହତ ହୋଇଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ପଶ୍ଚିମ ୟୁପିର ଦୁର୍ଦ୍ଧାନ୍ତ ଅପରାଧୀ ମୁକିଲ କାଲା ଏବଂ ମେରାଜୁଦ୍ଧିନ ରହିଥିବା ଜଣାପଡ଼ିଛି । ଉଭୟରେ ବାହୁବଳୀ ନେତା ମୁଖତାର ଅନସାରୀର ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି । ଜେଲ ବିଭାଗ ଡିଜି ଆନନ୍ଦ କୁମାର କହିଛନ୍ତି ଏହି ଗୁଳିକାଣ୍ଡର ତଦନ୍ତ ଆରମ୍ଭ ହୋଇଛି । ଦୁଇ ଗୋଷ୍ଠୀ କଏଦୀ ପରସ୍ପର ଉପରକୁ ପିସ୍ତଲରେ ଗୁଳିମାଡ଼ କରିଥିବା ଜଣାପଡ଼ିଛି ।