କେରଳରେ ରାହୁଲ

କେରଳରେ ରାହୁଲ

କେରଳରେ ରାହୁଲ
ମାଲାପୁରମ: ନିର୍ବାଚନ ଫଳାଫଳ ପ୍ରକାଶ ପରେ ପ୍ରଥମ ଥର କେରଳ ଗସ୍ତରେ ଯାଇଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଶୁକ୍ରବାରଠାରୁ ତାଙ୍କର ତିନିଦିନିଆ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଶୁକ୍ରବାର ସେ କାଲିକାଭୁଠାରେ ପହଂଚିବା ପରେ ଦଳୀୟ କର୍ମୀମାନେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ । ସମର୍ଥକମାନେ ‘ଆମେ ଆପଣଙ୍କ ସହିତ ରହିଛୁ,ଆପଣ ସଭାପତି ରୁହନ୍ତି’ ଲେଖାଥିବା ପ୍ଳାକାର୍ଡ ଧରିଥିଲେ । ସେ ନିଜ ନିର୍ବାଚନ ମଣ୍ଡଳୀ ୱାୟାନାଡା ଯାଇ ସମର୍ଥକଙ୍କୁ ଧନ୍ୟବାଦ ଜଣାଇବା କାର୍ଯ୍ୟକ୍ରମ ରହିଛି । ରବିବାର ସେ ୱାୟାନାଡା ଯିବେ ଓ ସେଠାରେ ରାହୁଲଙ୍କ ପାଇଁ ୧୫ଟି ସ୍ୱାଗତ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି ।ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନରେ କେବଳ କେରଳରେ କଂଗ୍ରେସକୁ ସଫଳତା ମିଳିଛି । ମୋଟ ୨୦ ଲୋକସଭା ଆସନ ମଧ୍ୟରୁ ଦଳକୁ ୧୯ଟି ମିଳିଛି ।