ପୁଣି ୧୦ ଡିଗ୍ରିକୁ ଖସିଲା ଦାରିଙ୍ଗବାଡ଼ି

ପୁଣି ୧୦ ଡିଗ୍ରିକୁ ଖସିଲା ଦାରିଙ୍ଗବାଡ଼ି

ପୁଣି ୧୦ ଡିଗ୍ରିକୁ ଖସିଲା ଦାରିଙ୍ଗବାଡ଼ି
ଭୁବନେଶ୍ୱର : ଦାରିଙ୍ଗବାଡ଼ି ତାପମାତ୍ରା ଆଜି ପୁଣିଥରେ ୧୦ ଡିଗ୍ରିକୁ ଖସିଛି । ଏଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ରାଜ୍ୟର ୮ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରି ତଳେ ରହିଥିଲା । ଫୁଲବାଣୀରେ ୧୨ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୧୨.୨, ଟିଟିଲାଗଡ଼ରେ ୧୨.୮, ସୁନ୍ଦରଗଡ଼ରେ ୧୩, ଅନୁଗୁଳରେ ୧୩.୬, କୋରାପୁଟରେ ୧୩.୬, କେନ୍ଦୁଝରରେ ୧୪, ଭବାନୀପାଟଣାରେ ୧୪.୬ ଡିଗ୍ରି ରେକର୍ଡ ହୋଇଛି । ଭୁବନେଶ୍ୱର ତାପମାତ୍ରା ସାମାନ୍ୟ ବଢ଼ିଥିବା ବେଳେ ଆଜି ସକାଳୁ କୁହୁଡ଼ି ଦେଖିବାକୁ ମିଳିଥିଲା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାତିର ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବନି । ତେବେ ଉତ୍ତର ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ କୁହୁଡ଼ି ହେବ । ରାସ୍ତା ବେଶି ବାଟ ଦେଖାଯିବ ନାହିଁ । ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।