ଫୁଲବାଣୀରେ ଲୋକଙ୍କୁ ନିରାଶ କଲେ ଯୋଗୀ ଆଦିତ୍ୟନାଥ

ଫୁଲବାଣୀରେ ଲୋକଙ୍କୁ ନିରାଶ କଲେ ଯୋଗୀ ଆଦିତ୍ୟନାଥ

ଫୁଲବାଣୀରେ  ଲୋକଙ୍କୁ ନିରାଶ କଲେ ଯୋଗୀ ଆଦିତ୍ୟନାଥ
କନ୍ଧମାଳ: ଶନିବାର ଫୁଲବାଣୀ କରୋନେସନ ପଡିଆଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ନିର୍ବାଚନି ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ଏହି ସଭାରେ ଭାରତୀୟ ଜନତା ପାର୍ଟିର କନ୍ଧମାଳ ଲୋକସଭା ଅସନ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥି ଖାରବେଳ ସ୍ୱାଇଁଙ୍କ ସମେତ ବିଧାନସଭା ନିର୍ବାଚନ ମଣ୍ଡଳିର ପ୍ରାର୍ଥି ମାନଙ୍କ ସମେତ ରାଜ୍ୟ ଏବଂ ଜିଲ୍ଲା ସ୍ତରର ଦଳୀୟ ପଦାଧିକାରୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଏହି କାର୍ଯ୍ୟକ୍ରମରେ ଯୋଗୀ ଆଦିତ୍ୟନାଥଙ୍କୁ ଦେଖିବାକୁ ଉତ୍ସାହ ସହକାରେ ଜିଲ୍ଲାର ଦୁରଦୁରାନ୍ତରୁ ଆସିଥିଲେ ହଜାରହଜାର ପୁରୁଷ ଓ ମହିଳା,କିନ୍ତୁ କାର୍ଯ୍ୟକ୍ରମରେ ଯୋଗ ନଦେଇ ଏହି ଗ୍ରାମାଂଚଳର ଲୋକଙ୍କୁ ନିରାଶ କରିଛନ୍ତି ଯୋଗୀ ଆଦିତ୍ୟନାଥ ବୋଲି ନିରାଶାରେ ଫେରିଥିବା ଲୋକେ କହିଛନ୍ତି । କାର୍ଯ୍ୟକ୍ରମ ପୁର୍ବରୁ ଦଳତରଫରୁ କିମ୍ବା ପୁଲିସ ତରଫରୁ କୌଣସି ସଠିକ ସୁଚନା ମଧ୍ୟ ପ୍ରଦାନ କରାଯାଇନଥିଲା ଏପରିକି ଗଣମାଧ୍ୟମକୁ ମଧ୍ୟ ଏହି କାର୍ଯ୍ୟକ୍ରମର ସଠିକ୍ ତଥ୍ୟ ପ୍ରଦାନ କରାଯାଇନଥିଲା । ସେଥିପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ନାହିଁ ନଥିବାର ଅସୁବିଧା ଭୋଗିଥିଲେ । ପ୍ରଚଣ୍ଡ ଖରାରେ ଖୋଲା ପଡିଆରେ ଲୋକେ ଅପେକ୍ଷା କରିକରି ଭୋକ ଓ ଶୋଷରେ ଆଉଟୁପାଉଟୁ ହୋଇଥିଲେ । ଅନ୍ୟପକ୍ଷରେ ପୁଲିସ ବିଭାତରଫରୁ ସକାଳ ୧୧ଟା ବେଳୁ ଫୁଲବାଣୀ ମୁଖ୍ୟରାସ୍ତାରେ ଗାଡିମଟର ବନ୍ଦ କରିଦିଆଯାଇଥିଲା । ଫଳରେ ଗ୍ରାମାଂଚଳରୁ ଆସିଥିବା ଲୋକେ ଖାଇବା ଆୟୋଜନ ହୋଇଥିବା ଯାଗାକୁ ପ୍ରାୟ ୨ କିମି ବାଟ ଚାଲିଚାଲି ଯାଇଥିଲେ । ତେବେ ଯୋଗୀ ଆଦିତ୍ୟନାଥଙ୍କୁ ସମଗ୍ର ଦିନ ଅପକ୍ଷୋ କରାଯାଇ ସାରାଦିନ କାର୍ଯ୍ୟକ୍ରମକୁ ଚାଲୁ ରଖାଯାଇଥିଲା । ସେଥିପାଇଁ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଥିଲା । କାର୍ଯ୍ୟକ୍ରମରେ ଭାଜପାର ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା ସଭାପତିତ୍ୱ କରିଥିବାବେଳେ ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ କମଳାକାନ୍ତ ପାଣ୍ଡେ ଓ ନେତ୍ର ମାନସେଠ୍ ଜିଲ୍ଲା ସାଧାରଣ ସମ୍ପାଦକ ଭଗବାନ ମହାନ୍ତି,ସମ୍ପାଦକ ଜଗନ୍ନାଥ ସାହୁ,କନ୍ଧମାଳ ସାଂସଦ ପ୍ରର୍ଥି ଖାରବେଳ ସ୍ୱାଇଁ,ଫୁଲବାଣୀ ବିଧାୟକ ପ୍ରାର୍ଥି ଦେବନାରାୟନ ପ୍ରଧାନ,ଜି.ଉଦୟଗିରି ପ୍ରାର୍ଥିନୀ ଅର୍ଚ୍ଚନା ପ୍ରଧାନ,ବାଲିଗୁଡା ବିଧାୟକ ପ୍ରାର୍ଥି କରେନ୍ଦ୍ର ମାଝୀ,ଭଞ୍ଜନଗର ବିଧାୟକ ପ୍ରାର୍ଥି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସମେତ ଦଳର ଅନେକ ପଦାଧିକାରୀ ଓ କର୍ମି ମାନେ ଯୋଗ ଦେଇଥିଲେ । ଶେଷରେ ସଂନ୍ଧ୍ୟା ୫ଟା ବେଳେ ଆଦିତ୍ୟନାଥ କୌଣସି କାରଣ ବସତଃ ଅସି ପାରିବେନାହିଁ ବୋଲି ଦଳତରଫରୁ କୁହାଯାଇଥିଲା ।