ବଢୁଛି ମାନସିକ ରୋଗୀଙ୍କ ସଂଖ୍ୟା

ବଢୁଛି ମାନସିକ ରୋଗୀଙ୍କ ସଂଖ୍ୟା

ବଢୁଛି ମାନସିକ ରୋଗୀଙ୍କ ସଂଖ୍ୟା
ବିଶ୍ୱବ୍ୟାପୀ ଆତଙ୍କ ରଚିଥିବା କରୋନା ଭାଇରସରେ ସଂକ୍ରମିତ ସଂଖ୍ୟାରେ ବୃଦ୍ଧି ଘଟିବା ସହ ମାନସିକ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । କରୋନା ଆତଙ୍କ ପରେ ଦେଶରେ ମାନସିକ ରୋଗୀଙ୍କ ସଂଖ୍ୟାରେ ୨୦ ପ୍ରତିଶତ ବୃଦ୍ଧି ଘଟିଥିବା ଜଣାପଡ଼ିଛି । ଇଣ୍ଡିଆନ ସାଇକାଟ୍ରି ସୋସାଇଟ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହି ତଥ୍ୟର ଖୁଲାସା ହୋଇଛି । ସର୍ଭେ ରିପୋର୍ଟ ମୁତାବକ, ପ୍ରତି ୫ ଜଣ ଭାରତୀୟଙ୍କ ମଧ୍ୟରୁ ଅତିକମରେ ଜଣେ ମାନସିକ ରୋଗରେ ପୀଡ଼ିତ । ଏକ ସପ୍ତାହ ମଧ୍ୟରେ ଦେଶରେ ମାନସିକ ରୋଗୀଙ୍କ ସଂଖ୍ୟା ୧୫ ପ୍ରତିଶତରୁ ୨୦ ପ୍ରତିଶତ ବୃଦ୍ଧି ଘଟିଛି । ଏପରି ହଠାତ ହୋଇଥିବାରୁ କରୋନା ଆତଙ୍କ ହିଁ ଏହା ପଛର କାରଣ ବୋଲି ସନ୍ଦେହ କରାଯାଉଛି । କରୋନା ଯୋଗୁ ଲୋକମାନଙ୍କ ଜୀବନଶୈଳୀ ବେଶ ପ୍ରଭାବିତ ହୋଇଛି । ଲୋକମାନଙ୍କ ମଧ୍ୟରେ ଚାକିରି ତଥା ରୋଜଗାର ହରାଇବାର ଭୟ ବଢ଼ିଚାଲିଛି । ଯାହା ମାନସିକ ରୋଗୀଙ୍କ ସଂଖ୍ୟା ବୃଦ୍ଧିର ଅନ୍ୟ ଏକ କାରଣ ବୋଲି କୁହାଯାଉଛି । ତେବେ ଏ ନେଇ ବିଶେଷଜ୍ଞମାନେ ନିଜ ମତ ରଖି କହିଛନ୍ତି ଯେ, ଲକଡାଉନ କାରଣରୁ ଅଧିକାଂଶ ଲୋକେ ଏବେ ଘରେ ବନ୍ଦ ହୋଇ ରହିଛନ୍ତି । ଲୋକମାନଙ୍କ ପାଖରେ ଫାଙ୍କା ସମୟ ବୃଦ୍ଧି ଘଟିବା ସହ ସେମାନଙ୍କର ଚିନ୍ତା କରିବା ସମୟରେ ମଧ୍ୟ ବୃଦ୍ଧି ଘଟିଛି । ଦୁଶ୍ଚିନ୍ତା ଏବଂ ମାନସିକ ଚାପ ମଧ୍ୟ ମାନସିକ ରୋଗୀଙ୍କ ସଂଖ୍ୟା ବଢ଼ିବାର ଅନ୍ୟତମ କାରଣ । ଲକଡାଉନ କାରଣରୁ ମଦ ନ ମିିଳିବା ଯୋଗଁ ମଦ୍ୟପ ଲୋକମାନେ ମାନସିକ ରୋଗଗ୍ରସ୍ତ ହେଉଥିବା ମଧ୍ୟ କୁହାଯାଉଛି ।