ବାତିଲ ହେବ ଟୋକିଓ ଅଲିମ୍ପିକ

ବାତିଲ ହେବ ଟୋକିଓ ଅଲିମ୍ପିକ

ବାତିଲ ହେବ ଟୋକିଓ ଅଲିମ୍ପିକ
କ୍ରୀଡା ମହାକୁମ୍ଭ ମଲମ୍ପିକ ବାତିଲ ହେବ ବୋଲି ସୂଚନା ମିଳିଛି । ବିଶ୍ୱର ୧ନଂ କ୍ରୀଡା ପ୍ରତିଯୋଗିତା ‘ଟୋକିଓ ଅଲିମ୍ପିକ-୨୦୨୦’ ହେବ ନେଇ ଏବେ ଅନିଶ୍ଚିତତା ଦେଖାଯାଇଛି । ଏହାର କାରଣ ହେଉଛି ଚୀନରେ ସୃଷ୍ଟି ହୋଇଥିବା କରୋନା ଭାଇରସ୍ । କରୋନା ଭାଇରସ୍ ପାଇଁ ଏପର୍ଯ୍ୟନ୍ତ ବିଶ୍ୱରେ ୨ହଜାର ୭୧୨ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ୮୦ ହଜାର ୫୯୮ଜଣ ସଂକ୍ରମଣର ଶିକାର ହୋଇଛନ୍ତି । ତେବେ ଟୋକିଓ ଅଲିମ୍ପିକ-୨୦୨୦ ଜୁଲାଇ ୨୪ରୁ ଆରମ୍ଭ ହୋଇ ଅଗଷ୍ଟ ୯ରେ ଶେଷ ହେବାର ସୂଚନା ମିଳିଛି । କିନ୍ତୁ ଏ ପର୍ଯ୍ୟନ୍ତ ଜାପାନରେ କରୋନା ଭାଇରସ୍ ଯୋଗୁଁ ୧୬୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ଭୟାନକ ଭାଇରସ୍ ବିଶ୍ୱର ୪୩ଟି ରାଷ୍ଟ୍ରକୁ ବ୍ୟାପିଯାଇଛି । ଅଲିମ୍ପିକ ସବୁଠାରୁ ବଡ କ୍ରୀଡା କାର୍ଯ୍ୟକ୍ରମ ହୋଇଥିବାରୁ , ସେଥିରେ ସବୁ ଦେଶର ପ୍ରତିଯୋଗୀ ଆସିବେ । କ୍ରୀଡା କ୍ଷେତ୍ରରେ ଚୀନର ପାରଦର୍ଶିତା ଅଧିକ ଥିବାରୁ, ଚୀନ ଖେଳାଳି ସବୁ ଖେଳରେ ଭାଗ ନେବେ । ଏସବୁକୁ ଦେଖି ଅଲିମ୍ପିକ-୨୦୨୦ ବାତିଲ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟରୁ ଜଣାପଡ଼ିଛି । ଅଲିମ୍ପିକ ଟୋକିଓରୁ ଅନ୍ୟତ୍ର ସ୍ଥାନାନ୍ତରିତ ହେବ ନାହିଁ କି ସମୟ ପରିବର୍ତ୍ତନ କରାଯିବ ନାହିଁ । ଯଦି ଆଗାମୀ ମେ’ ମାସ ପର୍ୟ୍ୟନ୍ତ ଏହା ନିୟନ୍ତ୍ରଣକୁ ନ ଆସୁଛି, ତାହେଲେ ଏହା ବାତିଲ ହେବାର ଅଧିକାଂଶ ସମ୍ଭାବନା ଦେଖାଯାଉଛି ।