ବିଜେପିରେ ଯୋଗଦେଲେ ଅଭିନେତ୍ରୀ ଜୟପ୍ରଦା

ବିଜେପିରେ ଯୋଗଦେଲେ ଅଭିନେତ୍ରୀ ଜୟପ୍ରଦା

ବିଜେପିରେ ଯୋଗଦେଲେ  ଅଭିନେତ୍ରୀ ଜୟପ୍ରଦା
ନୂଆଦିଲ୍ଲୀ : ବଲିଉଡ୍ ପୂର୍ବତନ ଅଭିନେତ୍ରୀ ଜୟପ୍ରଦା ବିଜେପିରେ ସାମିଲ ହୋଇଛନ୍ତି । ବିଜେପି କାର୍ଯ୍ୟାଳୟରେ ସେ ବିଜେପିରେ ଯୋଗ ଦେଇଛନ୍ତି । ଏହାପରେ ସେ ବିଜେପି ପାଇଁ କାମ କରିବେ ବୋଲି ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି । ରାମପୁରରୁ ସେ ଅଜମ ଖାନ୍ଙ୍କ ବିରୁଦ୍ଧରେ ବିଜେପିର ଲୋକ ସଭା ପାଇଁ ପ୍ରାର୍ଥୀ ହୋଇ ପାରନ୍ତି । ପୂର୍ବରୁ ଜୟ ପ୍ରଦା ସମାଜବାଦୀ ପାର୍ଟିର ସଦସ୍ୟା ଥିଲେ। ସମାଜବାଦୀ ପାର୍ଟିର ଟିକେଟରେ ସେ ବିଜୟୀ ହୋଇ ଲୋକସଭାର ସାସଂଦ ହୋଇଥିଲେ ।