ଭାରତ-ଚୀନ ଦ୍ୱିପାକ୍ଷିକ ସାମରିକ ଆଲୋଚନା ଜରୁରୀ :ଏସ ଜୟଶଙ୍କର

ଭାରତ-ଚୀନ ଦ୍ୱିପାକ୍ଷିକ ସାମରିକ ଆଲୋଚନା ଜରୁରୀ :ଏସ ଜୟଶଙ୍କର

ଭାରତ-ଚୀନ ଦ୍ୱିପାକ୍ଷିକ ସାମରିକ ଆଲୋଚନା ଜରୁରୀ :ଏସ ଜୟଶଙ୍କର
ନୂଆଦିଲ୍ଲୀ: ଭାରତ-ଚୀନ ସମ୍ପର୍କ ଏବେ ଭୀଷଣ ତିକ୍ତତା ଭିତର ଦେଇ ଗତି କରୁଛି । ଗତ ବର୍ଷ ଲଦାଖ ସୀମାରେ ଭାରତ ଓ ଚୀନ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିବା ପରଠାରୁ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିିତି ଲାଗି ରହିଛି । ପରିସ୍ଥିତି ସ୍ୱାଭାବିକ କରିବା ପାଇଁ ସମାଧାନର ବାଟ ବାହାର କରିବା ଲାଗି ଉଭୟ ଦେଶ ମଧ୍ୟରେ ୯ ଥର ସାମରିକ ସ୍ତରୀୟ ଆଲୋଚନା ସରିଲାଣି । ଏତେ ସତ୍ତ୍ୱେ ବି ସ୍ଥିତିରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ । ତଥାପି ଲଦାଖ ଏକ ଜଟିଳ ସମସ୍ୟା ହୋଇ ରହିଛି ଏବଂ ଆହୁରି ଦ୍ୱିପାକ୍ଷିକ ସାମରିକ ଆଲୋଚନା ଜରୁରୀ ବୋଲି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛ"ି । ଏପରିକି ସେ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେମାନଙ୍କ ଚୀନ ପ୍ରତିପକ୍ଷଙ୍କ ସହ କଥାବାର୍ତ୍ତା କରିଥିଲେ ହେଁ କୌଣସି ସ୍ଥାୟୀ ସମାଧାନ ହୋଇପାରିନାହିଁ । କାରଣ ସେଠାରେ ବାସ୍ତବରେ କେଉଁ ସେନା କିଭଳି ସ୍ଥିତିରେ କେତେ ଶକ୍ତି ସାମର୍ଥ୍ୟ ସହ ସେଠାରେ ନିଜର ପ୍ରଭାବକୁ କେତେ ସୁଦୃଢ଼ କରିପାରିଛି ତାହା ଉପରେ ହିଁ ସବୁ ନିର୍ଭର କରୁଛି