ମୋବାଇଲ୍ ପାଇଁ ଆତ୍ମହତ୍ୟା କଲେ ନାବାଳିକା
ମୋବାଇଲ୍ ପାଇଁ ଆତ୍ମହତ୍ୟା କଲେ ନାବାଳିକା
ରାଉରକେଲା : ମୋବାଇଲ ପାଇଁ ଘରେ କେହି ନଥିବା ବେଳେ ଦେହରେ କିରୋସିନ ଢାଳି ହୋଇ ଆତ୍ମହତ୍ୟା କରିଛନ୍ତି ନବମ ଶ୍ରେଣୀର ଛାତ୍ରୀ। ରାଉରକେଲା ସେକ୍ଟର-୩ରେ ଘଟିଛି ଏଭଳି ଅଭାବନୀୟ ଘଟଣା।
ସୂଚନାନୁଯାୟୀ, ରାଉରକେଲା ସେକ୍ଟର-୩ ଷ୍ଟିଲ୍ ପ୍ଲାଣ୍ଟ ଏକଜିକ୍ୟୁଟିଭ୍ ଆସୋସିଏସନରେ କେୟାର ଟେକର ଭାବରେ କାମ କରନ୍ତି ସଦାନନ୍ଦ ଦୀପ ରୁହି। ସଦାନନ୍ଦ ତାଙ୍କ ପରିବାର ସହ ସେକ୍ଟର-୩ ଏକଜିକ୍ୟୁଟିଭ୍ ଆସୋସିଏସନର ସରଭ୍ୟାଣ୍ଟ କ୍ଵାଟର ନମ୍ବର ୧୦ରେ ରୁହନ୍ତି। ସଦାନନ୍ଦଙ୍କର ଏକ ୧୪ ବର୍ଷର ଝିଅ ବାରମ୍ବାର ମୋବାଇଲ୍ରେ ଗେମ୍ ଖେଳିବା ପାଇଁ ଜିଦି କରୁଥିଲେ। ହେଲେ ବାପା ମାଆ ବାରଣ କରୁଥିଲେ। ଗତକାଲି ସନ୍ଧ୍ୟାରେ ସଦାନନ୍ଦଙ୍କ ଝିଅ ମୋବାଇଲରେ ଗେମ୍ ଖେଳୁଥିବା ବେଳେ ତାଙ୍କ ମାଆ ଏହାକୁ ବାରଣ କରି ମୋବାଇଲ୍ ଛଡ଼ାଇ ଆଣିଥିଲେ। ଏଥିରେ ନାବାଳିକା ଜଣଙ୍କ ଉତ୍ତ୍ୟକ୍ତ ହୋଇ ଘରେ କେହି ନଥିବା ସମୟରେ ଦେହରେ କିରୋସିନ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ୯୫ ପ୍ରତିଶତ ଶରୀର ପୋଡ଼ିଯାଇଥିବାରୁ ଚିକିତ୍ସାଧିନ ଅବସ୍ଥାରେ ସେ ଆଖି ବୁଜିଛନ୍ତି। ସେକ୍ଟର-୩ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।