ଶିଖରଚଣ୍ଡୀପ୍ରସଙ୍ଗ: ୨୭କୁ ଘୁଞ୍ଚିଲା ଗ୍ରୀନ୍ ଟ୍ରିବ୍ୟୁନାଲ ଶୁଣାଣି
ଭୁବନେଶ୍ୱର: ଶିଖରଚଣ୍ଡୀରେ ଜୈବ ବିବିଧତା ନଷ୍ଟ ପ୍ରସଙ୍ଗରେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍ଜିଟି)ର ଶୁଣାଣି ଜୁଲାଇ ୨୭ ଯାଏଁ ଘୁଞ୍ଚିଛି । ପାହାଡ଼ ପରିଦର୍ଶନରେ ଆସିଥିବା ସ୍ୱତନ୍ତ୍ର କମିଟି ମଙ୍ଗଳବାର ଏନ୍ଜିଟି ପାଖରେ ରିପୋର୍ଟ ଦାଖଲ କରିଥିଲେ । ୫ ତାରିଖ ଏନ୍ଜିଟିରେ ଶୁଣାଣି ଥିଲା । ହେଲେ ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା କମିଟି ରିପୋର୍ଟ ପ୍ରସ୍ତୁତି ପାଇଁ ଆଉ କିଛି ଦିନ ସମୟ ମାଗିଛି । ରିପୋର୍ଟ ପ୍ରସ୍ତୁତ କରିବା ପରେ ଏନ୍ଜିଟିରେ ନିଜ ପକ୍ଷ ରଖିବ ସୁରକ୍ଷା କମିଟି । ଏହାକୁ ଦୃଷ୍ଟିରେ ରଖି ୨୭ ତାରିଖ ପର୍ୟ୍ୟନ୍ତ ଶୁଣାଣିକୁ ଘୁଞ୍ଚାଯାଇଛି । ଏହି ସମୟ ମଧ୍ୟରେ ପାହାଡ଼ରେ ପ୍ରକଳ୍ପ କାର୍ୟ୍ୟ ସ୍ଥଗିତ ରହିବ ।
ସେପଟେ କମିଟି ରିପୋର୍ଟରେ ଉଲ୍ଲେଖ କରିଛି ଯେ, ପାନୀୟ ଜଳ ସଂରକ୍ଷଣ ପାଇଁ ମାତ୍ର ୩ ଏକର ପରିମିତ ଜମି ଆବଶ୍ୟକ । ମାତ୍ର ଇଡେ୍କା ପକ୍ଷରୁ ୱାଟେ୍କାକୁ ୪ ଏକର ଜମି ଯୋଗାଇ ଦିଆଯାଇଛି । ୩ ଏକରରେ ପ୍ରକଳ୍ପ ନିର୍ମାଣ ପାଇଁ ପାହାଡ଼ର ୭.୫ ଏକର ଜମିକୁ ନଷ୍ଟ କରାଯାଇଛି । ଗଛ ଏବଂ ପଥର କଟାଯାଇ ରାସ୍ତା ନିର୍ମାଣ ହୋଇଛି । ଏଥିପାଇଁ ଚନ୍ଦକା ଡିଏଫଓଙ୍କ କୌଣସି ଅନୁମତି ନିଆଯାଇନାହିଁ । ପରିବେଶ ମଞ୍ଜୁରି ବି ନିଆଯାଇନଥିଲା । ତା ସତ୍ତେ୍ୱ କିପରି ପାହାଡ଼ ଉପରେ ଗଛ କଟାଯିବା ସହିତ ଜୈବ ବିବିଧତା ନଷ୍ଟ କରାଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।




user1 