ସଟ୍‌ଡାଉନରେ ଗଣମାଧ୍ୟମକୁ ମିଳିଲା ଅନୁମତି

ସଟ୍‌ଡାଉନରେ ଗଣମାଧ୍ୟମକୁ ମିଳିଲା ଅନୁମତି

ସଟ୍‌ଡାଉନରେ ଗଣମାଧ୍ୟମକୁ ମିଳିଲା ଅନୁମତି
କରୋନା ଲକଡାଉନର ପଞ୍ଚମ ପର୍ଯ୍ୟୟେ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ କି କି କଟକଣା ରହିବ ଓ କଣ କୋହଳ ହେବ, ସେ ନେଇ ସ୍ୱତନ୍ତ୍ର ରିଲିଫ କମିସନର ଗାଇଡଲାଇ ଜାରି କରିଥିଲେ । ସେହି ଗାଇଡଲାଇନ ଅନୁସାରେ କିଛିଟା ସଂଶୋଧନ କରାଯାଇଛି । ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ ରଖିବାକୁ ସରକାର ଘୋଷଣା କରିଥିଲେ । ତେବେ ଏହି ସମୟ ମଧ୍ୟରେ ଯେ କୌଣସି ପରୀକ୍ଷା କରାଯାଇପାରିବ ବୋଲି ସୂଚନା ଦିଆଯାଇଛି । ଜୁନ ୩୦ ତାରିଖ ଯାଏ ୧୧ଟି ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟଡାଉନ କରାଯିବ । ଏହି ସମୟରେ ଉଭୟ ପ୍ରିଣ୍ଟ ଓ ଇଲୋକ୍ଟ୍ରନିକ ମିଡିଆ ସ୍ୱାଭାବିକ ଭାବେ ଚାଲିବ ବୋଲି କୁହାଯାଇଛି । ଖବର କାଗଜ ଅତ୍ୟାବଶ୍ୟକ ସେବାରେ ଅନ୍ତର୍ଭୁକ୍ତ ଥିବାରୁ ଏଜେଣ୍ଟ ଏବଂ ହକର ମାଧ୍ୟମରେ ଏହାର ବିତରଣରେ କୌଣସି ଅସୁବିଧା ହେବ ନାହିଁ ବୋଲି ଜଣାପଡ଼ିଛି । ସେହିପରି ସଟଡାଉନ ସମୟରେ ସମସ୍ତ ପ୍ରକାର କୃଷି, ଉଦ୍ୟାନ କୃଷି, ଦୁଗ୍ଧ, ମତ୍ସ୍ୟ ଓ ପଶୁସମ୍ପଦ ଭିତ୍ତିକ କାର୍ଯ୍ୟକୁ ଅନୁମତି ଦିଆଯିବ । କରୋନା ସମୟରେ ବୟସ୍କ ବ୍ୟକ୍ତ (୬୫) ବର୍ଷରୁ ଅଧିକ, ଗର୍ଭବତୀ ମହିଳା, ପୂର୍ବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ଓ ୧୦ ବର୍ଷରୁ କମ ବୟସ ପିଲାଙ୍କ ପାଇଁ ଅଧିକ ବିପଦ ଥିବାରୁ ସେମାନଙ୍କୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବାହାରକୁ ବାହାରିବା ଉପରେ କଟକଣା ଜାରି କରାଯାଇଥିଲା । ତେବେ ଏହାକୁ ସଂଶୋଧନ କରାଯାଇ ଏହି ସମୟସୀମା ଜୁନ ୩୦ ତାରିଖ କରାଯାଇଛି ।