ସିଙ୍ଗିଲ କୋନରେ ୧୨୫ ସ୍କୁପ ଆଇସକ୍ରିମ ଭର୍ତ୍ତି କରି ରେକର୍ଡ ସୃଷ୍ଟି
ସିଙ୍ଗିଲ କୋନରେ ୧୨୫ ସ୍କୁପ ଆଇସକ୍ରିମ ଭର୍ତ୍ତି କରି ରେକର୍ଡ ସୃଷ୍ଟି
admin
May 10, 2021 - 12:33
Updated: May 10, 2021 - 12:33
ସିଙ୍ଗିଲ କୋନରେ ୧୨୫ ସ୍କୁପ ଆଇସକ୍ରିମ ଭର୍ତ୍ତି କରି ରେକର୍ଡ ସୃଷ୍ଟି କରିଛନ୍ତି ଜଣେ ବ୍ୟକ୍ତି । ଇଟାଲିର ଦିମିତ୍ରି ପନିଶେରା ଏପରି କରି ୱାଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି । ଆଗରୁ ଏପରି ରେକର୍ଡ କହି କରିନାହାନ୍ତି ।
୨୦୧୩ରେ ପନିଶିରା ଏହି ରେକର୍ଡ ସୃଷ୍ଟି କରିଥିଲେ । ସେହି ସମୟରେ ସେ ୮୫ ସ୍କୁପ ଆଇସକ୍ରିମ ଗୋଟିଏ କୋନରେ ଭର୍ତ୍ତି କରିଥିଲେ । ଏହା ପରେ ଆଶ୍ରିତା ଫୁରମାନ ତାଙ୍କ ରେକର୍ଡ ଭାଙ୍ଗି ଦେଇଥିଲେ । ଆଶ୍ରିତା ଗୋଟିଏ କୋନରେ ୧୨୩ ସ୍କୁପ ଆଇସକ୍ରିମ ଭର୍ତ୍ତି କରିଥିଲେ । ଏବେ ଦିମିତ୍ରି ସମସ୍ତଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି । ଗୋଟିଏ କୋନରେ ୧୨୫ ସ୍କୁପ ଆଇସକ୍ରିମ ଭର୍ତ୍ତି କରି ସମସ୍ତ ରେକର୍ଡ ଭାଙ୍ଗି ଦେଇଛନ୍ତି ।
ଗତ କିଛି ସପ୍ତାହରେ ୩ଟି ନୂଆ ଗ୍ରିନିଜ ୱାଲ୍ଡ ରେକର୍ଡ କରାଯାଇଛି । ଦୁବାଇରେ ଅଜମତ ଖାନ ଯିଏକି ଆଥଲେଟିକ ଅଛନ୍ତି ସେ ସବୁ ଠାରୁ ଅଧିକ ମାଇଲି ଡବଲ ଦୌଡ଼ି ୱାଲ୍ଡ ରେକର୍ଡ ସୃଷ୍ଟି କରିଥିଲେ । ୬ ମିନିଟ ୧ ସେକେଣ୍ଡରେ ସେ ଏହି ରେକର୍ଡ କରିଥିଲେ । ସେହିପରି ଆଡ୍ରିଆନ ଲମ୍ବା ନାମକ ମହିଳା ୧୦ ଘଣ୍ଟା କାଳ ଗୋଟିଏ ଗଛକୁ ଆଲିଙ୍ଗନ କରି ଗ୍ରିନିଜ ୱାଲ୍ଡ ରେକର୍ଡ ସୃଷ୍ଟି କରିଥିଲେ । ସେପ୍ଟେମ୍ବରରେ ଲେହ ରାଟକେବର ନାମ ଏକ ବ୍ରିଟେନ ମହିଳା ୩ ମିନିଟରେ ୧୦ ଜାମ ଖାଇ ଗ୍ରିନିଜ ରେକର୍ଡ ସୃଷ୍ଟି କରିଥିଲେ ।