ବିଲେଇ ବାଟ କାଟିଲେ କ’ଣ ହୁଏ, ଶୁଭ ନା ଅଶୁଭ ଜାଣନ୍ତୁ
ବିଲେଇ ବାଟ କାଟିଲେ କ’ଣ ହୁଏ, ଶୁଭ ନା ଅଶୁଭ ଜାଣନ୍ତୁ
ବିଲେଇ ରାସ୍ତା କାଟିଲେ ତାହା ଆମ ପାଇଁ ଅଶୁଭ ବୋଲି ଆମେ ଭାବୁ। ଆଉ ଆମେ ଦି’ପାଦ ପଛାଇ ଯାଇ ତା’ପରେ ପୁଣି ଥରେ ସେହି ରାସ୍ତାରେ ଯାଉ କିମ୍ବା ବାଟ କାଟି ଅଲଗା ରାସ୍ତାରେ ଯାଉ। ପ୍ରକୃତରେ ଏଥିରେ ଆମର କୈାଣସି ଭୁଲ ନାହିଁ। ପ୍ରଚଳିତ ବିଶ୍ୱାସର ବଶବର୍ତ୍ତୀ ହୋଇ ଆମେ ଏପରି କରିଥାଉ। ତେବେ ବିଲେଇକୁ ନେଇ ବିଭିନ୍ନ ଦେଶରେ ବିଭିନ୍ନ ଲୋକଙ୍କର ଅବିଶ୍ବାସ ସହିତ ବିଶ୍ୱାସ ବି ରହିଛି। ତେବେ ଆସନ୍ତୁ ଜାଣିବା କେଉଁ ଦେଶରେ ବିଲେଇକୁ ନେଇ ଶୁଭ ଓ କେଉଁ ଦେଶରେ ବିଲେଇକୁ ନେଇ ଅଶୁଭ ମନାଯାଇଥାଏ ଆସନ୍ତୁ ଜାଣିବା।
କେବଳ ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ବିଲେଇକୁ ଉଭୟ ଶୁଭ ଓ ଅଶୁଭ ମନେ କରାଯାଇଥାଏ । କୁହାଯାଏ, ବିଲେଇ ଘରକୁ ନକାରାତ୍ମକ ଶକ୍ତି ଆଣିଥାଏ । କିନ୍ତୁ ଜର୍ମାନୀରେ ଲୋକଙ୍କ ଚିନ୍ତାଧାରା ଏହା ଟିକିଏ ଅଲଗା। ସେଠାକାର ପରମ୍ପରା ଅନୁସାରେ ଯଦି କାଳୀ ବିଲେଇ ରାସ୍ତାର ଡାହାଣ ପାର୍ଶ୍ୱରୁ ବାମ ପାର୍ଶ୍ୱକୁ ଯାଇଥାଏ, ତା’ହେଲେ ଅଶୁଭ ହୋଇଥାଏ। ଯଦି ବିଲେଇଟି ବାମରୁ ଡାହାଣ ପାର୍ଶ୍ୱକୁ ଆସିଥାଏ, ତା’ହେଲେ ସୌଭାଗ୍ୟ ଆଣିଥାଏ।
ଇଟାଲିରେ ପ୍ରଚଳିତ ଜନବିଶ୍ୱାସ ଅନୁସାରେ ବିଲେଇ ଯଦି କୌଣସି ଅସୁସ୍ଥ ବ୍ୟକ୍ତିର ଶେଯରେ ବସିଥାଏ, ତା’ହେଲେ ସେ ଲୋକର ଶୀଘ୍ର ମୃତ୍ୟୁ ହୋଇଯାଏ।
ଚୀନ୍ରେ କଳା ବିଲେଇ ଅକାଳ ଓ ଗରିବର ପ୍ରତୀକ ହୋଇଥାଏ। ସ୍କଟଲାଣ୍ଡରେ ପ୍ରଚଳିତ କିମ୍ବଦନ୍ତୀ ଅନୁସାରେ ଯଦି ବିଲେଇ ଜଣଙ୍କ ଘର ବାରଣ୍ଡାରେ ବସିଥାଏ, ତା’ହେଲେ ତାଙ୍କ ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।
ଆର୍ୟଲାଣ୍ଡରେ ଲୋକମାନଙ୍କ ଭିତରେ ବିଶ୍ୱାସ ପ୍ରଚଳିତ ଅଛି କି ଯଦି ବିଲେଇ ଚାନ୍ଦିନୀ ରାତିରେ ଜଣଙ୍କ ବାଟ କାଟିଥାଏ ତା’ହେଲେ ତାଙ୍କୁ ଭୟଙ୍କର ସଂକ୍ରାମକ ରୋଗ ହେବାର ଆଶଙ୍କା ଥାଏ।




admin 