ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ପାଇଁ  ଅଡ଼ୁଆ ବଢ଼ିବାରେ ଲାଗିଛି

ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ପାଇଁ  ଅଡ଼ୁଆ ବଢ଼ିବାରେ ଲାଗିଛି

ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ପାଇଁ  ଅଡ଼ୁଆ ବଢ଼ିବାରେ ଲାଗିଛି। ବବି ଦାସଙ୍କ ସହଯୋଗୀ ପ୍ରକାଶ ମହାନ୍ତି ଙ୍କ ନାଁ ରେ ଭିଜିଲାନ୍ସ ରେ  ଦ୍ୱାରସ୍ଥ ହୋଇଛନ୍ତି (ନ୍ୟାୟ ପାଇଁ ଲଢେଇ ପରିବାର ) ସଙ୍ଗଠନ ର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ। ବେଆଇନ ସମ୍ପତି ଠୁଳ ମାମଲା ରେ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଛନ୍ତି  ସେ । ଅଭିଯୋଗ ଅନୁସାରେ ,  ବିଜୁ ଜନତା ଦଳର ସଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ଙ୍କ ସହଯୋଗୀ  କଟକ ଜିଲ୍ଲା ମାହାଙ୍ଗା ଥାନା ସାହାପୁରର  ବିଜେଡ଼ି ନେତା ପ୍ରକାଶ ମହାନ୍ତି ଓରଫ ଟୁବୁଲି ବେଆଇନ ସମ୍ପତି ଠୁଳ କରିଛନ୍ତି |  ବେଆଇନ ଭାବରେ ବିଭିନ୍ନ ଜାଗାରେ ଏକର ଏକର ଜାଗା ମାଡି ବସିଛନ୍ତି |   ଅନେକ ଜାଗାରେ ବେଆଇନ ଫ୍ଲାଟ ମଧ୍ୟ  କିଣିଛନ୍ତି | ଏହାସହ କୋଟି କୋଟି ଟଙ୍କାର ୭ ଟା ଆଲିସାନ ଗାଡି ବ୍ୟବହାର କରୁଛନ୍ତି ପ୍ରକାଶ  |  ବିଜୁ ଜନତା ଦଳର ସଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମସ୍ତ କଥା ବୁଝାବୁଝି କହୁଥିଲେ ବିଜେଡ଼ି ନେତା ପ୍ରକାଶ ମହାନ୍ତି।  ବିଭିନ୍ନ ଖଣି ମାଫିଆ, ମଦ ବ୍ୟବସାୟୀ, ଟେନ୍ସପୋଟ କମ୍ପାନୀ, ବାଲିଘାଟ ମାନଙ୍କରୁ ପ୍ରତେକ ମାସ ବଟି ଆଦାୟ କରୁଥିବା ଅଭିଯୋଗ ପତ୍ର ରେ ଉଲେଖ ରହିଛି | ବିଜେଡ଼ି ନେତା ତଥା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ବିଜେଡି ବିଧାୟକ ବ୍ରୋମକେଶ ରାୟ, ବିଜେଡ଼ିର ପୂର୍ବତନ ବିଧାୟକ ପ୍ରଣବ ବଲବନ୍ତରାୟ ପ୍ରକାଶ ମହାନ୍ତିଙ୍କ ଏହି ଲୁଟ କରବାରରେ ସାମିଲ ଥିଲେ ବୋଲି ଅଭିଯୋଗ କରିଛନ୍ତି ସୁବ୍ରତ କୁମାର ଦାଶ।  ବେଆଇନ ସମ୍ପତିର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଆଇନି ଅନୁଯାୟୀ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଭିଜିଲାନ୍ସ ରେ  ଅନୁରୋଧ କରିଛନ୍ତି ସେ ।